‘ବଂଶୀସ୍ବନରେ ଜୀବନ ତନ୍ତ୍ର ଉନ୍ମୋଚିତ ହୋଇଥାଏ ଓ ବଞ୍ଚିବାର କୌଶଳ ଶିଖାଇଥାଏ ବଂଶୀ’

କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ୫୨ତମ ପ୍ରେରଣାଦାୟୀ ବକ୍ତୃତାମାଳା “ଜୀବନ ଓ ବଂଶୀ”

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ବଂଶୀସ୍ବନରେ ଜୀବନ ତନ୍ତ୍ର ଉନ୍ମୋଚିତ ହୋଇଥାଏ ଓ ବଞ୍ଚିବା କୌଶଳ ଶିଖାଇଥାଏ ବଂଶୀ ବୋଲି କଳାହାଣ୍ଡି ବିଶ୍ବବିଦ୍ୟାଳୟର  ପ୍ରେରଣଦାୟୀ ବକୃତାମାଳା ଉତିଷ୍ଠତର ୫୨ତମ ଅଧ୍ୟାୟର ସଭାପତିତ୍ବ କରି କୁଳପତି ଡ. ସଂଜୟ କୁମାର ଶତପଥୀ ମତ ପ୍ରକାଶ କରିଛନ୍ତି। ‘ଜୀବନ ଓ ବଂଶୀ’ ଶିର୍ଷକ ବକୃତାମାଳାର ଏହି ସଂସ୍କରଣରେ ନିମନ୍ତ୍ରିତ ବକ୍ତା ଭାବେ ସଂଗୀତ ବିଶାରଦ ହିମାଂଶୁ ନନ୍ଦ ଯୋଗଦେଇ କହିଥିଲେ ବଂଶୀରେ ଥିବା ନବ ରନ୍ଧ୍ର ଶରୀର ତତ୍ତ୍ଵ ଆଧାରିତ। ମନୁଷ୍ୟ ଶରୀରରେ ଯେମିତି ନବଦ୍ବାର ରହିଛି ଓ ଏହା ଦ୍ବାର ଜୀବନକୁ ଗତିଶୀଳ କରାଇଥାଏ। ଠିକ୍ ସେହିପରି ବଂଶୀର ଥିବା ନଅଗୋଟି ରନ୍ଧ୍ର ମନୁଷ୍ୟକୁ ନବଧା ଭକ୍ତିରେ ପରିପୂର୍ଣ୍ଣ କରିଥାଏ। ବଂଶୀସ୍ବନରେ ଆମେ ତଲ୍ଲୀନ ହେବା ପଛରେ ଜୀବନ ସହ ବଂଶୀସ୍ବନର ସଂପର୍କ ରହିଛି।ସେଥିପାଇଁ ତ ବଂଶୀ ଆମକୁ ସମ୍ମୋହିତ କରେ ଓ ଜୀବନକୁ ସରସ, ସୁମଧୁର, ଭାବ,ଭକ୍ତି ତଥା ପ୍ରେମରେ ଭରପୁର କରିଦିଏ ବୋଲି ସେ କହିଥିଲେ। ବହୁମୁଖୀ କଳାକାର ପ୍ରଭାସ ଚନ୍ଦ୍ର ମିଶ୍ର କହିଥିଲେ ଯେକୋୖଣସି ଏକ କଳା ହିଁ ମଣିଷକୁ ମହାନ କରିଥାଏ। ଜଣେ ଗୁରୁ ଆଜିର ଶିଷ୍ୟକୁ ନେଇ ମଧ୍ୟ ଗର୍ବ ଅନୁଭବ କରେ। ବିଶ୍ବବିଦ୍ୟାଳୟର ରେଜଷ୍ଟାରପିତାମ୍ବର ଭୋଇ ସ୍ବାଗତ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ନିମନ୍ତ୍ରିତ ବକ୍ତାଙ୍କ ପରିଚୟ ପ୍ରଦାନ କରିଥିଲେ। କଣ୍ଠଶିଳ୍ପୀ ଲିପ୍ସା ମହାରଣା ସ୍ବାଗତ ସଂଗୀତ ପରିବେଷଣ କରିଥିଲେ। ଆବାହକ ପିଜି କାଉନସିଲର ଚେୟାରମ୍ୟାନ ମେଜର ଡ. ଜୟଦେବ ସାହୁ ବ୍ୟାଖାନମାଳାର ସଂଯୋଜନା ଓ ଡ. ନିବେଦିତା ନାଥ ଧନ୍ୟବାଦ ଅର୍ପଣ କରିଥିଲେ। ଉତିଷ୍ଠତର ଏହି ଅଫଲାଇନ ଓ ଅନଲାଇନ ଅଧ୍ୟାୟରେ ଶତାଧିକ ବୁଦ୍ଧିଜିବୀ, ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.