ବାଇକ୍ ଦୁର୍ଘଟଣାରେ ଦୁଇ ଶଢୁ ଭାଇଙ୍କ ମୃତ୍ୟୁ : ଏକା ଥରକେ ବିଧବା ହେଲେ ଦୁଇ ଭଉଣୀ

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ଦୁର୍ଗା କୀର୍ତ୍ତି): ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଯାଇଛି ଦୁଇ ଶଢୁ ଭାଇଙ୍କ ଜୀବନ। ଏକା ଥରକେ ବିଧବା ହୋୋଇଛନ୍ତି  ଦୁଇ ଭଉଣୀ। ଏମିତି ଏକ ଦୁଃଖଦ ଖବର ଆସି ପହଞ୍ଚିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରରୁ। ପ୍ରାପ୍ତ ସୂଚନା ଆଧାରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ଓଡି ୦୮ ଆର୍ ୭୭୭୪ ନମ୍ବର ବିଶିଷ୍ଟ ଏକ ମୋଟର ସାଇକେଲ। ଏଥିରେ ଆରୋହୀ ଦୁଇ ଶଢୁ ଭାଇଙ୍କ ମୃତ୍ୟୁ ହୋଇଥିବା ସୁଚନା ମିଳିଛି। ଥୁଆମୂଳ ରାମପୁର ଥାନା ଗୋପାଳପୁର ଗ୍ରାମପଞ୍ଚାୟତ ଅଧିନ ପାଡେଲଗୁଡା ଗ୍ରାମର ସୁବାସ ମାଝୀ ଓ ଅଡ୍ରି ଗ୍ରାମ ପଞ୍ଚାୟତ ଅଧିନରେ ଥିବା ପେଙ୍ଗଢୁସୀ ଗ୍ରାମର କୁଷ୍ଟ ମାଝୀ ଉଭୟେ ବେନ୍ଦାଝୋଲା ଗ୍ରାମରୁ ଗୋଦ୍ରାମସ୍କା ଗ୍ରାମକୁ ଏକ ବାଇକ୍ ଯୋଗେ ଯାଉଥିଲେ। ଏହି ସମୟରେ ପାଲଜୋର ଓ ଡ଼ାକ କୋଟା ସିମା ମଝିରେ ଥିବା ଆମ୍ବ ଗଛ ବୁଲାଣିର ମୁଖ୍ୟ ରାସ୍ତା ଠାରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଛିଟିକି ପଡିଥିବା ଅନୁମାନ କରାଯାଉଛି। ଯାହାଫଳରେ ଘଟଣା ସ୍ଥଳରେ ସୁବାସ ମାଝୀଙ୍କ ମୃତ୍ୟୁ ହୋଇଯାଇଥିଲା। ଏପଟେ ଗୁରୁତର ଅବସ୍ଥାରେ କୁଷ୍ଟ ମାଝୀଙ୍କୁ ଥୁଆମୂଳ ରାମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଥିଲା। କିନ୍ତୁ ସେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଥିଲେ। ବେନ୍ଧାଝଲା ଗ୍ରାମରେ ମାଁ ଠାକୁରାଣୀଙ୍କ ବୋଲେନ ପର୍ବ ପାଳନ ହୋଇଥିଲା । ଏହି ଅବସରରେ ମଞ୍ଚସ୍ଥ ହୋଇଥିବା ନାଟକ ଦେଖି ସାରି ଦୁଇ ଶୋଢୁ ମୋଟର ସାଇକେଲରେ ନିଜ ଶ୍ଵଶୁର ଘର ଗୋନ୍ଦ୍ରମସ୍କାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ବୋଲି ଜଣାପଡିଛି। ଏନେଇ ପୋଲିସ ତଦନ୍ତ ଜାରିରଖିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.