ପୁରୀ ଜିଲ୍ଲା ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ସଂଘ ବୈଠକ

ଓଡ଼ିଆ ବାର୍ତ୍ତା/ ପୁରୀ: ଦିବ୍ୟାଙ୍ଗଙ୍କ ଶିକ୍ଷାର ବିକାଶ ନିମନ୍ତେ ପ୍ରୟାସ କରୁଥିବା ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରେସନ ଫର୍ ଦିବ୍ୟାଙ୍ଗ(ଓଏସ୍ଇଏଫଡ଼ି) ପୁରୀ ଜିଲ୍ଲା ସଂଘ ପକ୍ଷରୁ କଣାସ ଗଡ଼ସାହି ଠାରେ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରତ୍ୟେକ ସାଧାରଣ ବିଦ୍ୟାଳୟ ସ୍ତରରେ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି ଏବଂ ମାନ୍ୟବର ସୁପ୍ରିମକୋର୍ଟ‌ଙ୍କ ନିର୍ଦ୍ଦେଶକୁ ପାଳନ ଦିଗରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆର୍କଷଣ କରିବା ପାଇଁ ଆଲୋଚନା ହୋଇଥିଲା ଏବଂ ଜିଲ୍ଲାର ସମସ୍ତ ଆଶାୟୀ ସ୍ଵତନ୍ତ୍ର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସଂଘର ସଦସ୍ୟତା ଗ୍ରହଣ କରିଥିଲେ। ଉକ୍ତ ବୈଠକରେ ସଂଘ ର ରାଜ୍ୟ ଯୁଗ୍ମ ସଂପାଦକ ଆୟୁଷ୍ମାନ ଚ଼ୌଧୁରୀ, ଜିଲ୍ଲାର ଉପସଭାପତି ଚିନ୍ମୟ ପ୍ରସାଦ ପାଢ଼ୀ, ସଂଯୋଜକ ସତ୍ୟପ୍ରିୟ ରାଉତରାୟ, ସଂଗଠକ ଦେବୀପ୍ରସନ୍ନ ସାମନ୍ତସିଂହାର, ନୀଳମାଧବ ବହୁବଳେନ୍ଦ୍ର ଙ୍କ ସହ ରାଜ୍ୟ ସଂଘର ସଂଗଠକ ଦେବାଶିଷ ପତି, ଝାସକେତନ ପ୍ରଧାନ, ଅଶ୍ଵିନୀ ମୁଦୁଲି ଏବଂ ସୁଶିଲ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.