ପୁରୁଣା ପେନସନ ତୁରନ୍ତ ଲାଗୁ କରିବା ପାଇଁ ଦାବି

ମିଳିତ କର୍ମଚାରୀ (ନୂତନ ପେନସନ୍ ଭୁକ୍ତ) ମଞ୍ଚର ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ଭୁକୃଟି ଗଉଡ଼ଙ୍କ ସଭାପତିତ୍ଵରେ ସ୍ଥାନୀୟ ଅମଲା ଉବନଠାରେ ମିଳିତ କର୍ମଚାରୀ (ନୂତନ ପେନସନ୍ ଭୁକ୍ତ) ମଞ୍ଚର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଅମଲା ସଂଘର ମନୋରଞ୍ଜନ ଛତ୍ରପାଳ, ଜ୍ୟୋତିନ୍ଦ୍ର ମହାନନ୍ଦ, ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ତ୍ରିବିକ୍ରମ ସଗରିଆ, ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସଂପାଦକ ଧନଞ୍ଜୟ ସାହୁ, ଶରତଚନ୍ଦ୍ର ପ୍ରଧାନ (ମାଧ୍ୟମିକ ଶିକ୍ଷକ ସଂଘ, ଗୋଲାମୁଣ୍ଡା), ଅଜିତ ପଧାନ, ଜିତେନ୍ଦ୍ର ସାହୁ, ଅଙ୍ଗନୱ୍ଵାଡ଼ି ସଂଘର ସରସ୍ଵତୀ ରାଉତ ପ୍ରମୁଖ ଯୋଗଦେଇ ପୁରୁଣା ପେନସନ ତୁରନ୍ତ ଲାଗୁ କରିବା ପାଇଁ ଦାବି କରିଥିଲେ। ଯେହେତୁ ପଡୋଶୀ ରାଜ୍ୟ ଛତିଶଗଡ଼ ଓ ରାଜସ୍ଥାନରେ ପୁରୁଣା ପେନସନ୍ ଲାଗୁ କରାଯାଇଛି, ଏଥିପ୍ରତି ଦୃଷ୍ଟିଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିତ କର୍ମଚାରୀ ମଞ୍ଚ ମାଧ୍ୟମରେ ନିବେଦନ କରାଯାଇଛି କି ଯଥାଶୀଘ୍ର ନୂତନ ପେନସନ୍ ଭୁକ୍ତ ସମସ୍ତ କର୍ମଚାରୀଙ୍କୁ ପୁରୁଣା ପେନସନ ଯୋଜନାଭୁକ୍ତ କରାଯାଉ ବୋଲି ଦାବି ହୋଇଛି। ଶିକ୍ଷକ ସଂଘର ସଂପାଦକ ଧନଞ୍ଜୟ ସାହୁ ସଭାକାର୍ଯ୍ୟ ପରିଚାଳନା ସମେତ ଅନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.