‘ବୁଦ୍ଧଙ୍କ ନୀତି ଓ ଆଦର୍ଶ ସର୍ବଦା କାଳଜୟୀ’

ମହାସମାରୋହରେ ପାଳିତ ହେଲା ଭଗବାନ ବୁଦ୍ଧ ଓ କ୍ରାନ୍ତିକବି ଭୀମଭୋଇଙ୍କ ଜନ୍ମଜୟନ୍ତୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ମଣିଷ, ମଣିଷକୁ ସମ୍ମାନ କରିବା, ଶାନ୍ତି, ମୈତ୍ରୀ, ପ୍ରୀତି ପରି ସହାବସ୍ଥାନର ବାର୍ତ୍ତା ଦେଇଥାଏ ପରମ କାରୁଣିକ ଭଗବାନ ବୁଦ୍ଧଙ୍କ ବାଣୀ । ବିନା କୌଣସି ବାଛବିଚାରରେ ସମସ୍ତଙ୍କ ପାଇଁ ନ୍ୟାୟ ଓ ସମାନତାର ରାସ୍ତା ଦେଖାଇବାରେ ବୁଦ୍ଧଙ୍କ ନୀତି ଓ ଆଦର୍ଶର ଆଜି ବି ପ୍ରାସଙ୍ଗିକତା ରହିଛି ।


ସେହିପରି କ୍ରାନ୍ତିକବି ଭୀମ ଭୋଇଙ୍କ ମାନବବାଦୀ ସାହିତ୍ୟ ଓ ଦର୍ ଼ ଇଓ ଓ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ସଭାପତି ଧନଞ୍ଜୟ ଦୀପ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଫେଡେରେସନର କାର୍ଯ୍ୟକାରୀ ସଭାପତି ଦିଗାମ୍ବର ଦୁରିଆ, ଉପସଭାପତି ଟୁକୁମଣି ସୁନା, ସାଧାରଣ ସଂପାଦକ ଯତୀନ୍ଦ୍ର କର, ସଂପାଦକ ଶ୍ରୀବତ୍ସ ତାଣ୍ଡି, ଆଇନ ବିଭାଗ ମୁଖ୍ୟ ଛବିଲାଲ ନିଆଲ, କଳା ଓ ସଂସ୍କ୍ରୁତି ବିଭାଗ ମୁଖ୍ୟ ମଧୁସୂଦନ ବାଗ, ଭବାନୀପାଟଣା ସଦର ବ୍ଲକ ସଭାପତି ସୂର୍ଯ୍ୟଦେବ ବାଗ, ମହିଳାନେତ୍ରୀ ରମଣୀ ଦୁରିଆ, ସମାଜସେବୀ ଦିନେଶ ନାଗ, ବହୁଜନ ସମାଜ ପାର୍ଟି କଳାହାଣ୍ଡି ଜିଲ୍ଲା ସଭାପତି ଜଳନ୍ଧର ବେହେରା, ରିଷିଡ଼ା ସରପଞ୍ଚ ସେବତୀ ରଣା, ପୌରକେଲା ସରପଞ୍ଚ ଯଶସ୍ବନୀ ଧରୁଆ, ରିଞ୍ଜା ସରପଞ୍ଚ ପଞ୍ଚାନନ ବାଗ, ରିଞ୍ଜା ସମିତିସଦସ୍ୟ ଆନନ୍ଦ ନାଗ ପ୍ରମୁଖ ଯୋଗ ଦେଇଥିଲେ ।


ଏଥିରେ ମୁଖ୍ୟବକ୍ତା ଭାବେ ଗୁଣୁପୁର ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ତାମିଲ ପରାଶର, ସମ୍ମାନିତ ବକ୍ତା ଭାବେ ରୂପାଲୀ ମହାନନ୍ଦ ଏବଂ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ଉପଦେଷ୍ଟା ଯୋଗେଶ୍ବର ସାଗର ଯୋଗ ଦେଇଥିଲେ । ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ କର୍ଲାମୁଣ୍ଡା ବ୍ଲକ ସଭାପତି ବରୁଣ ସୁନାଙ୍କ ସଭାପତିତ୍ବରେ ଆୟୋଜିତ ଏଇ ବର୍ଣ୍ଣାଢ୍ୟ ସମାରୋହକୁ ମୀନକେତନ ସୁନା ପରିଚାଳନା କରିଥିଲେ । ଏଥିରେ ଫେଡେରେସନର ଆଇନ ବିଭାଗ ଅତିରିକ୍ତ ମୁଖ୍ୟ
ସୂର୍ଯ୍ୟନାରାୟଣ କୁମାର, ସାମାଜିକ ବିଭାଗର ଅତିରିକ୍ତ ମୁଖ୍ୟ ଗିରିଜା ବେହେରା, ଶିକ୍ଷାବିଭାଗର ରତ୍ନାକର ବେମାଲ, ଯୁବବିଭାଗ ମୁଖ୍ୟ ତେଜରାଜ ବେହେରା, ଜିଲ୍ଲା ସଂପାଦକ ଜୟପ୍ରକାଶ ଜାଲ, ସଂଗଠକ ସୁଶୀଲ କୁମାର ବାଗ, ବଳରାମ ଦୁର୍ଗା, ଭବାନୀପାଟଣା ଉପଖଣ୍ଡ ଶିକ୍ଷା ବିଭାଗ ମୁଖ୍ୟ କାମଦେବ ବେଶ୍ରା, ସଂଗଠକ ଲବଣୀ ନାଏକ, ତୁଷାର ମହାନନ୍ଦ, ଉପଦେଷ୍ଟା ଉଦୟ କୁମାରଙ୍କ ସମେତ ବୌଦ୍ଧ ଧର୍ମାନୁସାରେ ବିବାହ କରିଥିବା ନବଦମ୍ପତି ପ୍ରେମାନନ୍ଦ ବେଶ୍ରା ଓ ପଦ୍ମାବତୀ ସୁନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।


ଏହି ଅବସରରେ ଫେଡେରେସନର କର୍ଲାମୁଣ୍ଡା ବ୍ଲକର କର୍ମକର୍ତ୍ତା ସଚିଦାନନ୍ଦ ନାଏକ, ଗଭୀର ସୁନା,ଦଣ୍ଡପାଣି ନାଏକ, ଦଇତରାମ ନାଏକ, କମଳ କୁମାର, ଅଞ୍ଜୁ କୁମାର ସୁନା, ଥୟଚନ୍ଦ୍ର କୁମାର, ପ୍ରଭାକର କୁମାର, ଶରତଚନ୍ଦ୍ର ବାରିକ, ତ୍ରିଭୂବନ ନାଗ, ସତ୍ୟନାରାୟଣ କୁମାର, ବିଶିକେଶନ ସୁନା, ବିଜୟ ସୁନା, କମଳିନୀ ନାଏକ, ମଞ୍ଜୁ କୁମାର, ଜ୍ୟୋତ୍ସ୍ନାମୟୀ କୁମାର, ଶ୍ରୀୟାକାନ୍ତି କୁମାର, ପୁଷ୍ପାଞ୍ଜଳି ସୁନାଙ୍କ ସମେତ ଫେଡେରେସନର କର୍ଲାମୁଣ୍ଡା ବ୍ଲକର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ଆୟୋଜନ ସହିତ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ କାହ୍ନା କୁମାର, ସୁଶୀଲ କୁମାର, ନରେଶ ନାଏକ, ଗୋଲୁ ସୁନା, ବୁଲୁ ସୁନା ପ୍ରମୁଖ ସ୍ବାଗତ ସଙ୍ଗୀତ ଗାନ କରିଥିବାବେଳେ ଶେଷରେ ଗଭୀର ସୁନା ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.