ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ସ୍ଥିତ ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ଓ ଭାରତ ସ୍କାଉଟ୍ ଗାଇଡର ମିଳିତ ସହଯୋଗରେ ଆୟୋଜିତ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଜୟନ୍ତ କୁମାର ଜେନା, ଯୁବ ରେଡ଼କ୍ରସ ପରାମର୍ଶ ଦାତା ଶାନ୍ତନୁ କୁମାର ପରିଡ଼ା, ଭାରତ ସ୍କାଉଟ୍ ଓ ଗାଇଡ ରୋଭର୍ ଲିଡର ସନ୍ତୋଷ କୁମାର ବାରିକ, ଅଧ୍ୟାପକ ସନ୍ଦୀପ କୁମାର କାନୁନଗୋ, ତ୍ରିନାଥ ପଟ୍ଟନାୟକ, ବୈକୁଣ୍ଠ ପଟେଲ ପ୍ରମୁଖ ଉପସ୍ଥିତ ରହି ଔଷଧୀୟ ତଥା ଉପାଦେୟ ବୃକ୍ଷ ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭାରତ ସ୍କାଉଟ୍, ଗାଇଡ ଓ ଯୁବ ରେଡ଼କ୍ରସ ସ୍ବେଚ୍ଛାସେବୀ ଛାତ୍ର ଛାତ୍ରୀ ଓ କର୍ମଚାରୀ ସାମିଲ୍ ହୋଇ ମହା ବିଦ୍ୟାଳୟ ପରିସର ମଧ୍ୟରେ ବୃକ୍ଷ ରୋପଣ କରିଥିଲେ।