ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଏକତା ସମାବେଶ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ଓଡିଶାରୁ ଚୁକ୍ତିଭିତ୍ତିକ ପ୍ରଥା ସମ୍ପୂର୍ଣ ଉଛେଦ ଏବଂ ଚୁକ୍ତିଭିତ୍ତିକ କାର୍ଯ୍ୟକାଳ ୬ବର୍ଷ କୁ ମୂଳ ଚାକିରୀରେ ଗଣନା ଦାବିରେ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମାହାସଂଘ ରାୟଗଡ ଶାଖା ପକ୍ଷରୁ ପୋଲିସ କଲୋନୀ ଟାଉନ ହଲରେ ଏକତା ସମାବେଶ ଆୟୋଜିତ ହୋଇଯାଇଛି। ପ୍ରଥମେ ଜିଲ୍ଲାର ସମସ୍ତ ବିଭାଗର କର୍ମଚାରୀ, କନିଷ୍ଠ ଶିକ୍ଷକଙ୍କୁ ନେଇ ଏକ ଶାନ୍ତିପୂର୍ଣ୍ଣ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସୂଚନା ମୁତାବକ ଜିଲ୍ଲାରେ ପୂର୍ବରୁ ବ୍ଲକ ସ୍ତରରୁ ଜିଲ୍ଲା ଯାଏଁ ଦସ୍ତଖତ ଅଭିଯାନ, ବ୍ଲାକ ବ୍ୟାଚ ପରିଧାନ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ, ପୋଲିସ ଆରକ୍ଷୀ ଅଧିକ୍ଷକ, ବିଡ଼ିଓ, ତହସିଲଦାର ଓ ବିଭାଗୀୟ ମୁଖ୍ୟ ମାଧ୍ୟମରେ ପ୍ରଦାନ କରାଯାଇଥିଲା। କିନ୍ତୁ ସରକାର ବାରମ୍ବାର ସଂଘକୁ ପ୍ରତିଶୃତି ଦେଇ ଏହାକୁ ପୂରଣ କରିବାରେ ଆଗ୍ରହ ପ୍ରକାଶ କରିନଥିଲେ। ଏଣୁ ରାଜ୍ୟ ସଂଘର ନିର୍ଦ୍ଦେଶ କ୍ରମେ ଆଗାମୀ ସେପ୍ଟେମ୍ବର ୧୧ ରେ ଭୁବନେଶ୍ୱରରେ ଏକ ମହା ସମାବେଶ ଆୟୋଜନ କରି ରାଜ୍ୟ ସରକାରଙ୍କୁ ପୁଣି ଦାବି ଜଣେଇବେ ବୋଲି ସଂଘର କର୍ମକର୍ତ୍ତା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Udyog Nursery
Udyogi Nursery

ଆଜିର ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ କର୍ମଚାରୀ ଆଶୁତୋଷ ପାତ୍ର ଯୋଗ ଦେଇ ଚୁକ୍ତିଭିତ୍ତିକ ପ୍ରଥା ଉଛେଦ ପାଇଁ ନିଜର ମତ ରଖିଥିଲେ। ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାକୁ ସଫଳ ରୂପାୟନ କରୁଥିବା କର୍ମଚାରୀଙ୍କ ଦୁଃଖ ସରକାର ବୁଝୁନଥିବା ଏକ କ୍ଷୋଭର ବିଷୟ ବୋଲି ନିଜ ବକ୍ତବ୍ୟରେ ସଂଘ ସଭାପତି ସ୍ନେହାଶିଷ ପାତ୍ର କହିଥିଲେ। ଏଥିରେ ରାୟଗଡ ସଂଘ ସମ୍ପାଦକ ଅଭିଷେକ ଦାସ, ଏନ ପ୍ରଦୀପ କୁମାର, କନିଷ୍ଠ ଶିକ୍ଷକ ରାଜ୍ୟ ମହାସଚିବ ଆଦିତ୍ୟ ସ୍ୱାଇଁ, ସୁଧାଂଶୁ ପଣ୍ଡା, ଆଇ ନରେଶ, ଜି ଦିବାକର, ନୀଳମାଧବ ପାଣିଗ୍ରାହୀ, ବଳରାମ ଭୂୟାଁ, ତୁଷାର ଲାବଲା, ହୃଦାନନ୍ଦ ଦାସ, ରଶ୍ମିତା ପଲେଇ, ଦିଗନ୍ତ ପ୍ରଧାନ, ତ୍ରିନାଥ ସାହୁକାର ପ୍ରମୁଖ ଉପସ୍ଥିତ ଥିବାବେଳେ ଅକ୍ଷୟ କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.