ରାଜପୁତ କ୍ଷତ୍ରିୟ ପାଇକ ସମାଜ ପଶ୍ଚିମ ମଣ୍ଡଳର ଦଶମ ମହାସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସନ୍ତୋଷ କୁମାର ବାଗ): ଜୁନାଗଡ ବ୍ଲକ କୁଲିହାରୀ ଗ୍ରାମରେ ରାଜପୁତ କ୍ଷତ୍ରିୟ ପାଇକ ସମାଜ ପଶ୍ଚିମ ମଣ୍ଡଳର ଦଶମ ମହାସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନରେ ଅଭ୍ୟର୍ଥନା କମିଟିର ସଭାପତି ପରମାନନ୍ଦ ପୁଝାରିଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଜୁନାଗଡ଼ର ଇଷ୍ଟଦେବୀ ମା ଲଙ୍କେଶ୍ଵରୀଙ୍କ ମନ୍ଦିରରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ସଭାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓ ଯୋଗଦେଇ ଶ୍ରୀରାମ ଚନ୍ଦ୍ରଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପୂଜାର୍ଚ୍ଚନା ସହିତ ସମାଜ ପତାକା ଉତ୍ତୋଳନ କରିଥିଲେ । ଏହା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ସମାଜର ଉନ୍ନତି ପାଇଁ କ୍ଷତ୍ରିୟ କର୍ମକର୍ତ୍ତା ଚେଷ୍ଟା ଜାରି ରଖିଥିବାରୁ ପ୍ରଶଂସା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ ଯୋଗଦାନ କରି ଖଣ୍ଡା ବଦଳରେ କଲମ ଧରାଯାଉ ତାହାହେଲେ ଯାଇ ସମାଜ ଆଗକୁ ଯାଇ ପାରିବ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ସତ୍ୟନାରାୟଣ ମୁଣ୍ଡଛିନା, ସମ୍ମାନିତ ବକ୍ତା ଭାବରେ ଘନଶ୍ୟାମ ଗୁରୁ ଯୋଗଦାନ କରିଥିବା ବେଳେ ଅନ୍ୟତମ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, କୁଳାଧ୍ୟକ୍ଷ କଳାହାଣ୍ଡି ଚନ୍ଦ୍ରଧ୍ଵଜ ପେସନିଆ, ପୂର୍ବତନ କୁଳାଧ୍ୟକ୍ଷ କଳାହାଣ୍ଡି ଗୁଣନିଧି ମାଝୀ, ପଶ୍ଚିମ ମଣ୍ଡଳ କୁଳପତି ଅର୍ଜୁନ ସିଂ ଠାକୁର, ପୂର୍ବ ମଣ୍ଡଳ କୁଳପତି ପ୍ରଦୀପ ଘଡେ଼ଇ, ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ କୁଳପତି ଶମ୍ଭୁ କିଶୋର ଦଣ୍ଡସେନା, ପୂର୍ବତନ କୁଳପତି ଜ୍ୟୋତି ପ୍ରକାଶ ବଣୁଆ, ପୂର୍ବତନ କୁଳପତି ଲାଲୁ ପ୍ରସାଦ ଦଣ୍ଡସେନା, ପୂର୍ବତନ କୁଳପତି ଚାରୁଚନ୍ଦ୍ର ବାଣୁଆ, ପୂର୍ବତନ କୁଳପତି ଅଶ୍ୱନୀ କୁମାର ବାଣୁଆ, ପୂର୍ବତନ କୁଳପତି ଘାସିରାମ ରାଉତ ଯୋଗଦାନ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଲଷ୍ମୀ ନାରାୟଣ ବଣୁଆ ଓ ଦ୍ବିତୀୟ ପର୍ଯ୍ୟାୟରେ ହେମନ୍ତ କୁମାର ପ୍ରଧାନୀ ମଞ୍ଚ ପରିଚାଳନା କରିଥିଲେ ।

Udyog Nursery
Udyogi Nursery

ସମ୍ପାଦକ ନରୋତ୍ତମ ପୁଝାରି ସମ୍ପାଦକୀୟ ବିବରଣୀ ପଠନ କରିଥିଲେ । ସଦାନନ୍ଦ ଦଳପତି ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର ମୁଖ୍ୟ ସମ୍ପାଦକ ଦିଲ୍ଲୀପ ନାଏକ, ସଙ୍ଗଠକ ପରମେଶ୍ବର ବାରିକ, କୋଷାଧ୍ୟକ୍ଷ ଶ୍ରୀବଶ୍ଚ ବାରିକ, ବରିଷ୍ଠ ପରାମର୍ଶ ଦାତା ଜିତେନ୍ଦ୍ର ସିଂହ ବାରିକ, କେତନ ସିଂ ବାରିକ, ବିଦ୍ୟାଧର ବିଶି, ପ୍ରମୋଦ କୁମାର ଦଣ୍ଡସେନା, କେନ୍ଦ୍ର ସଦସ୍ୟ ଜନାର୍ଦ୍ଦନ ପାତ୍ର ପ୍ରମୁଖ ନିମନ୍ତ୍ରିତ ଅତିଥି ଭାବେ ମଞ୍ଚରେ ମଞ୍ଚାସିନ ଥିଲେ । କାର୍ଯ୍ୟକ୍ରମରେ ପ୍ରାୟ ୫ହଜାର କ୍ଷତ୍ରିୟ ସମାଜର ମହିଳା ଓ ପୁରୁଷ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.