ନର୍ଲା ଗଜଲଷ୍ମୀ ପୂଜାର ପୂର୍ଣ୍ଣାହୂତି ପଡିଲା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବଣିକ ସଂଘର ଗଜଲକ୍ଷ୍ମୀ ପୂଜାର ପୂର୍ଣ୍ଣାହୂତି ମଙ୍ଗଳବାର ଦିନ ପଡିଛି । ନର୍ଲା ବସଷ୍ଟାଣ୍ଡ ଠାରେ ଅନୁଷ୍ଠିତ ହୋଇଥିଲା ଗଜ ଲଷ୍ମୀ ପୂଜା । ଏନେଇ ଶନିବାର ଅପରାହ୍ନ ୪ ଘଣ୍ଟା ସମୟରେ ସାନ୍ଦୁଲ ନଦୀରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁ ବିଜୟ ପଣ୍ଡାଙ୍କ ସଂକୀର୍ତ୍ତନ ମଣ୍ଡଳୀ ସହ ଶ୍ରଦ୍ଧାଳୁ ଭକ୍ତ ମାନେ କଳସ ନେଇଆସି ପୂଜା ମଣ୍ଡପରେ ସ୍ଥାପନା କରିଥିଲେ । ଏହାପରେ ବିଲ୍ୱବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବଣିକ ସଂଘର ସଭାପତି ଅଜୟ କୁମାର ପଣ୍ଡା ଓ ସମ୍ପାଦକ ପ୍ରୀତମ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରବିବାର ସକାଳ ୭ ଘଣ୍ଟାରୁ ଆରମ୍ଭ ହୋଇଥିଲା ଲକ୍ଷ୍ମୀପୂଜା । ନର୍ଲାରେ ଗଜ ଲକ୍ଷ୍ମୀପୂଜା ଅନୁଷ୍ଠିତ ହୋଇଥିବା ବେଳେ ବଣିକ ସଂଘ ନର୍ଲାର ବରିଷ୍ଠ ସଦସ୍ୟ ରଞ୍ଜନ କୁମାର ମହାନ୍ତି, ପୂରବ ଅଗ୍ରୱାଲ (ମଣ୍ଟୁ), ରାଜେଶ ଅଗ୍ରୱାଲ, ମନୋଜ ମହାପାତ୍ର, ଶୁଭମ ଅଗ୍ରୱାଲ, ଦେବାଶିଷ ପଟ୍ଟନାୟକ, ଶୁଭମ ଜୈନ, ବିଜୟ ଅଗ୍ରୱାଲ, ଗଲୁ ଅଗ୍ରୱାଲ, ଟିଟୁ ଚାନ୍ଦ୍, ସୁରେଶ ଅଗ୍ରୱାଲା, ସମୀର ଚାନ୍ଦ, ସଞ୍ଜୟ ପଣ୍ଡା, ରଞ୍ଜନ ଚାନ୍ଦ୍ ପ୍ରମୁଖ ଦାଇତ୍ୱରେ ରହି ପୂଜା ପରିଚାଳନା ରେ ସହଯୋଗ କରୁଥିଲେ।

ଚଳିତ ବର୍ଷ ପୂଜା କର୍ତ୍ତା ଭାବରେ ସଂଘର ବରିଷ୍ଠ ସଦସ୍ୟ ନିକୁଞ୍ଜ ଦତ୍ତା ଓ ତାଙ୍କ ସହଧର୍ମିଣୀ ହର୍ଷିତା ଦତ୍ତା ପୂଜନ କାର୍ଯ୍ୟ ନିର୍ବାହନ କରିଥିବା ବେଳେ ବ୍ରହ୍ମା ପୂଜକ ପଣ୍ଡିତ ଭାବରେ ଜନାର୍ଦ୍ଦନ ପାଢୀ ଓ ଲମ୍ବୋଦର ପାଢୀ ଲକ୍ଷ୍ମୀ ପୂଜନ ପରିଚାଳନା କରିଥିଲେ। ରବିବାର ଓ ସୋମବାର ଦୁଇ ଦିନ ଧରି ଅନ୍ନ ପ୍ରାସାଦର ବ୍ୟବସ୍ଥା କରାଯାଇଥିଲା । ପ୍ରତ୍ୟହ ସନ୍ଧ୍ୟା ୭ ଘଣ୍ଟା ସମୟରେ ଆଳତି କାର୍ଯ୍ୟକ୍ରମ ରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ପୂଜା ମଣ୍ଡପରେ ସମବେତ ହେଉଥିଲେ ।

ଲଘୁଚାପ ଜନିତ ପ୍ରତିକୂଳ ପାଗକୁ ଲକ୍ଷ୍ୟ କରି କୌଣସୀ ମନୋରଞ୍ଜନର କାର୍ଯ୍ୟକ୍ରମ ରଖା ଯାଇନଥିଲା । ଗଜ ଲଷ୍ମୀ ପୂଜାର ମଙ୍ଗଳବାର ସକାଳେ ପୂର୍ଣ୍ଣାହୂତି ପଡିଲା । ଅପରାହ୍ନ ୨ ଘଣ୍ଟା ସମୟରେ ଭାଷାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ପବିତ୍ର ଗଜଲକ୍ଷ୍ମୀ ପୂଜା ଅବସରରେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ନର୍ଲା ବ୍ଲକ୍ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ଆଇଆଇସି ଗଙ୍ଗାଧର ମେହେର, ରୁପ୍ରାରୋଡର ଯୁବ ଉଦ୍ୟୋକ୍ତା ସୁମିତ କୁମାର ଅଗ୍ରୱାଲ(ସଣ୍ଟୁ), ନର୍ଲା ସାଂସଦ ପ୍ରତିନିଧି ପ୍ରଦୀପ କୁମାର ନାଏକ, ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ ପ୍ରମୁଖ ଏବଂ ନର୍ଲା ଅଞ୍ଚଳବାସୀ ବଣିକ ସଂଘର କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇ ସେମାନଙ୍କ ଉତ୍ତୋରତର ଉନ୍ନତି କାମନା କରିବା ସହ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.