ଇନ୍ଦିରାନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକ – ଶିକ୍ଷକ/ ଶିକ୍ଷୟିତ୍ରୀ ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା ସଦର ମହକୁମା ସ୍ଥିତ ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଶନିବାର ଦିନରେ ଅଭିଭାବକ – ଶିକ୍ଷୟିତ୍ରୀ/ ଶିକ୍ଷକଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ କାଉନସିଲର ସର୍ମୀତା ପାଢ଼ୀ, ଏବିଇଓ ଛବିଲାଲ ସିଂ, ସିଆରସିସି ପ୍ରଶାନ୍ତି ସାହୁ, ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିଳା ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସମେତ ୧୮୦ ଜଣ ଅଭିଭାବକ ଉପସ୍ଥିତ ହୋଇଥିଲେ । ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା, ପରିଚାଳନା, ଶିକ୍ଷଣ ପରିପୁରଣ କାର୍ଯ୍ୟକ୍ରମ, ପ୍ରଥମ ରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମ ବିଷୟରେ ଶିକ୍ଷକ ନିଳାଞ୍ଚଳ ଆଲୋଚନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସୁରଭି, ଶିଶୁ ଦିବସ ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ ପିଲାଏ କୃତିତ୍ୱ ହାସଲ କରିଥିବାରୁ ପିତା, ମାତା ଓ ଅଭିଭାବକ ବିଦ୍ୟାଳୟର ଶିକ୍ଷା କ୍ଷେତ୍ରରେ ନିଆଯାଉଥିବା ଅଭିନବ ପ୍ରୟାଶକୁ ପ୍ରଶଂସା କରିଥିଲେ । ତିନିଶହରୁ ଉର୍ଦ୍ଧ ପିଲା ପଢ଼ୁଥିବାରୁ ଅଧିକ ଶ୍ରେଣୀଗୃହ ଓ ଶୌଚାଳୟର ଆବଶ୍ୟକତା, ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ଓ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଉପରେ ମତାମତ ରଖିଥିଲେ । ବିଦ୍ୟାଳୟର ଉନ୍ନତି ନିମନ୍ତେ ପିତାମାତାଙ୍କ ଅବଦାନ ପାଇଁ ପ୍ରଧାନ ଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.