ଭାରତ-ଶ୍ରୀଲଙ୍କା T-20 ସିରିଜରୁ ବାଦ୍ ପଡ଼ିଲେ ସଞ୍ଜୁ ସାମସନ, ଡେବ୍ୟୁ କରିପାରନ୍ତି ରାହୁଲ

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ଭାରତଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଟି୨୦ ସିରିଜରୁ ବାଦ ପଡ଼ିଲେ ଟିମ୍ ଇଣ୍ଡିଆର ୱିକେଟ କିପର ବ୍ୟାଟର ସଞ୍ଜୁ ସାମସନ। ପ୍ରଥମ ମ୍ୟାଚ୍‌ରେ ଫିଲ୍ଡିଂ ବେଳେ ତାଙ୍କ ବାମ ଆଣ୍ଠୁରେ ଆଘାତ ଲାଗିବାରୁ ତାଙ୍କୁ ସିରିଜ୍‌ରୁ ବାଦ ଦିଆଯାଇଛି ବୋଲି ସୂଚନା ମିଳିଛି। ଏନେଇ ବିସିସିଆଇ ପକ୍ଷରୁ ବିବୃତ୍ତି ଜାରି କରି ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ” ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ବିସିସିଆଇ ମେଡିକାଲ ଟିମ୍ ପକ୍ଷରୁ ତାଙ୍କୁ ଆଣ୍ଠୁ ସ୍କାନ୍ ପାଇଁ ହସ୍‌ପିଟାଲ ନିଆଯାଇଛି। ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି।” ତେବେ ସଞ୍ଜୁ ସାମସନଙ୍କ ସ୍ଥାନରେ ଜିତେଶ ଶର୍ମାଙ୍କୁ ସ୍ଥାନ ଦେବା ପାଇଁ ସବୁ ବରିଷ୍ଠ ଖେଳାଳିମାନେ ପରାମର୍ଶ ଦେଇଛନ୍ତି ବୋଲି ସୂଚନା ମିଳିଛି। ସିରିଜର ପ୍ରଥମ ମ୍ୟାଚ୍ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଥମ ଓଭରରେ ସାସମସନ କ୍ୟାଚ୍ ଧରିବାକୁ ଯାଇ ଡାଇଭ୍ ମାରିଥିଲେ। ଏତିକି ବେଳେ ତାଙ୍କ ବାମ ଆଣ୍ଠୁରେ ଆଘାତ ଲାଗିଥିଲା। ସେ ପ୍ରଥମେ କ୍ୟାଚ୍ ଧରିପକାଇଥିଲେ। ହେଲେ ତଳେ ପଡ଼ିଯିବା ପରେ ବଲ୍ଟି ତାଙ୍କ ହାତରୁ ଖସିଯାଇଥିଲା। ଏହାପରେ ତାଙ୍କ ଆଣ୍ଠୁ ଫୁଳିଯାଇଥିଲା।

Omkar Vasthu
Omkar Vasthu

ତେବେ ଯଦି ସାମସନ ନ ଖେଳନ୍ତି ତେବେ ରାହୁଲ ତ୍ରିପାଠୀଙ୍କୁ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିବାକୁ ମଉକା ମିଳିପାରେ। ରାହୁଲ ଭାରତୀୟ ଟିମ୍ରେ ସାମିଲ୍ ହୋଇଥିଲେ ବି ଡେବ୍ୟୁ କରିବାକୁ ସୁଯୋଗ ପାଇ ନାହାନ୍ତି। ସିରିଜର ପ୍ରଥମ ମ୍ୟାଚ୍ରେ ଶୁଭମନ ଗିଲ୍ ଶିବ ମାବି ଡେବ୍ୟୁ କରିାରିଥିବା ବେଳେ ରାହୁଲ ଡେବ୍ୟୁ କରିବା ଅପେକ୍ଷାରେ ରହିଛନ୍ତି। ସୂଚନା ଥାଉକି ଭାରତଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଟି୨୦ ସିରିଜର ପ୍ରଥମ ମ୍ୟାଚ୍ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଭାରତ ବହୁ ସଂଘର୍ଷ କରିବା ପରେ ମାତ୍ର ଦୁଇ ରନ୍‌ରେ ବିଜୟୀ ହୋଇଥିଲା। 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.