କାମନା ଦଣ୍ଡ ଶତବାର୍ଷିକୀ ମହୋତ୍ସବ : ଦଣ୍ଡ ସଂସ୍କୃତି ବିଷୟକ ଆଲୋଚନା ଚକ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ୧୯୨୨ ମସିହାରେ କଳାହାଣ୍ଡି ଜିଲ୍ଲାର ମ.ରାମପୁରଠାରେ ଆରମ୍ଭ ହୋଇଥିବା କାମନା ଦଣ୍ଡର ଏକଶହ ବର୍ଷ ପୂର୍ତ୍ତି ଅବସରରେ ଶତବାର୍ଷିକ ମହୋତ୍ସବ ମହାସମାରୋହରେ ପାଳିତ ହେଉଛି। ଏହି ଅବସରରେ ଏକ ଆଲେଚନା ଚକ୍ର ପରିଷଦର ଉପଦେଷ୍ଟା ପଦ୍ମଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଥିଲା। ଏଥିରେ ଅବସରରେ ଆଲୋଚକମାନେ କାମନା ଦଣ୍ଡ ଲୋକ ସଂସ୍କୃତିର ଆଉ ଏକ ବଳିଷ୍ଠ ବିଭବ ବୋଲି କହିବା ସହିତ ଏହି ସଂସ୍କୃତିରେ ଜୀବନ,  ସମାଜ, ସାମାଜିକ ଚଳଣୀ, ସାଂସ୍କୃତିକ ବୈଭବ, ବ୍ରହ୍ମ ଜ୍ଞାନ, ଶରୀର ତତ୍ତ୍ୱ ଭଳି ବିଭିନ୍ନ ବିଭବର ସମାହାର ଏବଂ ଏହି ଦଣ୍ଡ କେବଳ କାମନା ର ଦଣ୍ଡ ନୁହେଁ ବରଂ ଜୀବନକୁ ପ୍ରକୃତ ଉପଲବ୍ଧି କରିବାର ଏକ ମହାର୍ଘ୍ୟର୍ ମୁହୂର୍ତ୍ତ ବୋଲି ମତବ୍ୟକ୍ତ କରିଥିଲେ। ବଲାଙ୍ଗୀରରୁ ଡ଼ଃ ଘାସିରାମ ମିଶ୍ର, ଦଶପଲ୍ଲାରୁ ସୁରେନ୍ଦ୍ର କୁମାର ମିଶ୍ର ଆଲୋଚକ ଭାବରେ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ହେମନ୍ତ ସାହୁ। ପରିଷଦର ସଭାପତି ରୁଦ୍ର ପ୍ରତାପ ସିଂହ, ସଂପାଦକ ପ୍ରକାଶ ଚନ୍ଦ୍ର ସାହୁ, ଯୁଗ୍ମ ସଂପାଦକ ଦ୍ରୋଣାଚାର୍ଯ୍ୟ ମାଝୀ, ସହ ସଂପାଦକ ଲଳିତ ସ୍ୱାଇଁ, କୋଷାଧ୍ୟକ୍ଷ ବିଭୂତି ଭୂଷଣ ମହାଖୁଡ଼ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ  ପରମାନନ୍ଦ ବିଶି ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.