ଏକ କୁଣ୍ଡୀୟ ବିଷ୍ଣୁ ଯଜ୍ଞ ସମାପନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ  ଉଛଳା ପଞ୍ଚାୟତ ଅନ୍ତର୍ଗତ ଜୋରୋପଡା ଗ୍ରାମ ଠାରେ କାଳୀକୃଷ୍ଣ ସଂଘ ଶାଖା ଜୋରୋପଡା ଆନୁକୂଲ୍ୟରେ ଏକ କୁଣ୍ଡୀୟ ବିଷ୍ଣୁ ଯଜ୍ଞ  ଅନୁଷ୍ଠିତ ହୋଇଯାଇଛି। ଗତକାଲି ଏକ ଭବ୍ୟ କଳସଯାତ୍ରା ଅନୁଷ୍ଠିତ ହୋଇ ଅଧିବାସ କର୍ମ ହୋଇଥିଲା। ଆଜି ସକାଳୁ ପୂଜାର୍ଚ୍ଚନା ପରେ ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ଘୃତାହୁତି ପ୍ରଦାନ କରାଯାଇ ଅପରାହ୍ନରେ ପୂର୍ଣ୍ଣାହୁତି ହୋଇଥିଲା।କାଳୀକୃଷ୍ଣ ସଂଘ ପ୍ରତିଷ୍ଠାତା ସଦଗୁରୁଦେବ ସତ୍ୟାନନ୍ଦ ସରସ୍ୱତୀ ମହାରାଜା ବିଭିନ୍ନ ଉପାନ୍ତ ଅଞ୍ଚଳରେ ଆଧ୍ୟାତ୍ମିକ ଜାଗରଣ ସକାଶେ ସମାଜରେ ଅବହେଳିତ ମାନଙ୍କୁ ସାମିଲ କରି ସତ୍ୟ, ଧର୍ମ, ଦୟା ଓ ସେବାର ବାର୍ତ୍ତା ପ୍ରଚାର କରୁଥିଲେ ବୋଲି  କାଳୀକୃଷ୍ଣ ସଂଘ ପରିଚାଳକ ତଥା ସଂସ୍କୃତି ଗବେଷକ  ଜଗଦାନନ୍ଦଜୀ ଦିବ୍ୟ ପ୍ରବଚନରେ ମାଧ୍ୟମରେ କହିଥିଲେ। କାଳୀକୃଷ୍ଣ ସଂଘର ଆଚାର୍ଯ୍ୟ ଶ୍ରୀ ତୋଷାନନ୍ଦ, ଶ୍ରୀ ଶୋଭାନନ୍ଦ ଓ ଶ୍ରୀକାନ୍ତ ଖମାରୀ ପୂଜନ, ହବନ ପରିଚାଳନା କରିଥିଲେ ଓ ରମାକାନ୍ତ କଟା ଦଂପତି ଯଜମାନ ଭାବରେ ଦାୟିତ୍ୱ ସଂପନ୍ନ କରିଥିଲେ। ସଂଘ ସଂପର୍କରେ ପ୍ରାରମ୍ଭିକ ସୂଚନା ଶ୍ରୀ ପ୍ରିୟାନନ୍ଦ ଓ ଶ୍ରୀ ଗିରିଜାନନ୍ଦ ପ୍ରଦାନ କରିଥିଲେ। ସଂଘର  ଶ୍ରୀ ମାଧବାନନ୍ଦ, ଶ୍ରୀ ଲକ୍ଷ୍ମୀକାନ୍ତ ଖମାରୀ, ତନୁକଲାଲ ନାଗ, ନବୀନ ରାଉତ, ଶ୍ରୀ ମୁକୁଦାନନ୍ଦ,  କୈଳାସ ନାଏକ, ଜନ୍ମେଜୟ ଦାଶ, ମନୋଜ ରଥ, କାଳୀକୃଷ୍ଣ ବାହିନୀ, ମିଡିଆସେଲ ଓ ପ୍ରଜ୍ଞାବାହାନୀର ସଦସ୍ୟ, ସଦସ୍ୟା ସମେତ କାଳୀକୃଷ୍ଣ ସଂଘର ଶିଷ୍ୟଶିଷ୍ୟା ଓ ଅଞ୍ଚଳର ଜନସାଧାରଣ ଉପସ୍ଥିତ ଥିଲେ। ଜୋରପଡା ଶାଖା ସଂଘର ବ୍ୟାସଦେବ କଟା, ଫକିର କଟା, ଫତୁଲାଲ ବାଗ, ସୁଦର୍ଶନ କଟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.