ପାୱାରଙ୍କୁ ଭେଟିଲେ ଗୌତମ ଅଦାନୀ, ଏହି ଭେଟଘାଟକୁ ନେଇ ବିରୋଧି ବିରୋଧି ଖପ୍ପା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଶରଦ ପାଓ୍ବାରଙ୍କୁ ତାଙ୍କ ବାସଭବନ ଯାଇ ସାକ୍ଷାତ କରିଛନ୍ତି ଅଦାନୀ ଗ୍ରୁପର ଚେୟାରମ୍ୟାନ୍ ତଥା ବିଶିଷ୍ଟ ଶିଳ୍ପପତି ଗୌତମ ଅଦାନୀ । ତେବେ ଦୁହିଁଙ୍କ ସାକ୍ଷାତ ସେତେବେଳେ ହୋଇଛି, ଯେତେବେଳେ ହିଣ୍ଡନବର୍ଗ ରିପୋର୍ଟ ପ୍ରସଙ୍ଗରେ ଅଦାନୀଙ୍କୁ ସମର୍ଥନ ଜଣାଇଛନ୍ତି ଶରଦ ପାୱାର । ତେଣୁ ଏହି ଭେଟଘାଟକୁ ନେଇ ଖପ୍ପା ହୋଇଛନ୍ତି ବିରୋଧି । ଆମେରିକାର ଏକ କମ୍ପାନୀ ହିଣ୍ଡନବର୍ଗ କିଛି ଦିନ ତଳେ ଗୌତମ ଅଦାନୀଙ୍କ ଅଦାନୀ ଗ୍ରୁପକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଥିଲା । ଯେଉଁଥିରେ ମାର୍କେଟରେ ହେରଫେର୍ ଓ ଆକାଉଣ୍ଟରେ ଏପଟସେପଟ ହୋଇଥିବା କଥା ଅଭିଯୋଗ ହୋଇଥିଲା । ତେବେ ଯେବେଠୁ ଏହି ରିପୋର୍ଟ ସାମ୍ନାକୁ ଆସିଥିଲା, ସେବେଠୁ ଅଦାନୀଙ୍କ ସେୟାରର ମୂଲ୍ୟ ତଳକୁ ଖସିବାରେ ଲାଗିଥିଲା । ହେଲେ ଅଦାନୀ ଗ୍ରୁପ୍ କିନ୍ତୁ ଏହି ରିପୋର୍ଟକୁ ନିରାଧାର ବୋଲି କହିବା ସହିତ ଏହା ଭ୍ରମାତ୍ମକ ବୋଲି କହିଥିଲା । ଏହି ରିପୋର୍ଟକୁ ନେଇ ଦେଶରେ ରାଜନୀତି ବି ଜୋର ଧରିଥିଲା । ବିରୋଧୀ ଦଳର ନେତାମାନେ ଏହି ପ୍ରସଙ୍ଗରେ ମୋଦୀ ସରକାରକୁ ଟାର୍ଗେଟ କରିଥିବାବେଳେ, ବଜେଟ୍ ଅଧିବେଶନ ମଧ୍ୟ ପଡିଥିଲା ଉଠିଥିଲା । ହେଲେ ଏହି ପ୍ରସଙ୍ଗରେ କିନ୍ତୁ ଅଦାନୀଙ୍କୁ ସପୋର୍ଟ କରିଥିଲେ ଏନସିପି ନେତା ଶରଦ ପାୱାର । ଯାହା ଏବେ ଚର୍ଚ୍ଚାରେ ରହିଛି । ଶରଦ ପାୱାର ଏକ ଚ୍ୟାନେଲକୁ ଦେଇଥିବା ଇଣ୍ଟରଭ୍ୟୁରେ କହିଥିଲେ ଯେ, ହିଣ୍ଡନବର୍ଗ ପୂର୍ବରୁ ବି ଏମିତି ବୟାନ ଦେଇଥିଲା । ଆଉ ଏହାକୁ ନେଇ ସଂସଦରେ ହଙ୍ଗାମା ମଧ୍ୟ ହେଇଥିଲା । ହେଲେ ଏଥର କିନ୍ତୁ ଆବଶ୍ୟକତାଠାରୁ ଅଧିକ ହୋଇଯାଇଛି । ତେବେ ରିପୋର୍ଟରେ ଯେଉଁ ବୟାନ ଦିଆଯାଇଛି, ତାହାର ବ୍ୟାକଗ୍ରାଉଣ୍ଡ କ’ଣ ସେନେଇ ପ୍ରଶ୍ନ ଉଠାଇଥିଲେ ଶରଦ । ଆମ ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରିବାକୁ ଏପରି ଟାର୍ଗେଟ କରାଯାଉଥିବା କହିଥିଲେ ଶରଦ । ତେବେ ଦେଶର ପ୍ରମୁଖ ବିରୋଧୀ ଦଳମାନେ ଅଦାନୀ ପ୍ରସଙ୍ଗରେ ବିରୋଧ କରୁଥିବାବେଳେ, ଏନସିପି ନେତା କିନ୍ତୁ ଏହାଠୁ ବିପରୀତ ଥିଲେ । ଅଦାନୀ ପ୍ରସଙ୍ଗରେ ଗୌତମଙ୍କୁ ସମର୍ଥନ କରିଥିଲେ ଶରଦ । ଯାହା ପରେ ଅଦାନୀ ନିଜେ ଯାଇ ଶରଦଙ୍କୁ ଭେଟିବା ଚର୍ଚ୍ଚା ସାଉଣ୍ଟିଛି । ସୂଚନାଯୋଗ୍ୟ, ଗତ ଫେବୃୟାରୀ ମାସରେ ଣ୍ଡେନବର୍ଗ୍ ରିପୋର୍ଟକୁ ନେଇ ସଂସଦର ଉଭୟ ଗୃହରେ ତାତି ଦେଖିବାକୁ ମିଳିଥିଲା । ସଂସଦର ବଜେଟ୍ ଅଧିବେଶନରେ ହିଣ୍ଡେନବର୍ଗ ରିପୋର୍ଟ ଏବଂ ସେଥିଯୋଗୁଁ ଅଦାନୀ ଗ୍ରୁପ୍‌ର ଶେୟାର ମୂଲ୍ୟ ହ୍ରାସ ପ୍ରସଙ୍ଗ ଉଠାଇ ହୋହାଲ୍ଲା ଓ ହଟ୍ଟଗୋଳ କରିଥିଲ ମିଳିତ ବିରୋଧୀ। ଉଭୟ ଗୃହରେ ଅଦାନୀ ଗ୍ରୁପ୍ ଏବଂ ହିଣ୍ଡେନବର୍ଗ ରିପୋର୍ଟ ବିଷୟରେ ଆଲୋଚନା କରିବା ଲାଗି ରାଜ୍ୟସଭାର ବିରୋଧୀ ଦଳର ନେତା ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ୍ ଖଡ଼ଗେ ପ୍ରସ୍ତାବ ଆଗତ କରିଥିଲେ। ବଜାର ମୂଲ୍ୟ ହ୍ରାସ ପାଉଥିବା ଅଦାନୀ ଗ୍ରୁପ୍‌ରେ ଏସବିଆଇ, ଏଲଆଇସି ଏବଂ ଅନ୍ୟ ପବ୍ଲିକ୍ ସେକ୍ଟର ବ୍ୟାଙ୍କ୍‌ର ପୁଞ୍ଜି ନିବେଶ ପ୍ରସଙ୍ଗରେ ଆଲୋଚନା ପାଇଁ ଚାହୁଁଥିଲେ ମିଳିତ ବିରୋଧୀ ଦଳ। ଏହାର ଯୁଗ୍ମ ସଂସଦୀୟ କମିଟି କିମ୍ବା ପ୍ରଧାନ ବିଚାରପତିଙ୍କ ତଦାରଖରେ ଏହାର ତଦନ୍ତ କରିବାକୁ ଦାବି କରିଥିଲେ ବିରୋଧୀ। ଅନ୍ୟପକ୍ଷରେ ବିଜେପି କହିଛି, ଆମେ ସବୁ ବିଷୟରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ। ହେଲେ ବିରୋଧୀ ଏଥିରେ ଅଂଶଗ୍ରହଣ କରନାହାନ୍ତି ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.