ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଉପରପଡାର ୨୪ ପ୍ରହର ନାମଯଜ୍ଞ ଶନିବାର ଠାରୁ ଆରମ୍ଭ ହୋଇଯାଇଛି । ଏନେଇ ଶୁକ୍ରବାର ସଂଧ୍ୟା ୫ ଘଣ୍ଟା ସମୟରେ ରାଣିବନ୍ଧ ଠାରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ୨୦୦ ରୁ ଉର୍ଦ୍ଧ୍ବ ମହିଳା ପୂର୍ଣ୍ଣକୁମ୍ଭ କଳସ ନେଇ ଯଜ୍ଞ ମଣ୍ଡପକୁ ଭବ୍ୟ ଶୋଭାଯାତ୍ରାରେ ଯାଇଥିଲେ । ଶନିବାର ସକାଳ ୭.୧୫ ରେ ପ୍ରବିତ୍ର ହରେକୃଷ୍ଣ ହରେ ରାମ ନାମ ଆରମ୍ଭ ହୋଇଛି । ଏହା ସୋମବାର ପର୍ଯ୍ୟନ୍ତ ତିନିଦିନ ଧରି ଅଖଣ୍ଡ ନାମ ଚାଲିବ । ମଙ୍ଗଳବାର ସକାଳ ୭.୧୫ ରେ ନାମଯଜ୍ଞର ପୂର୍ଣ୍ଣାହୂତି ପଡିବ ବୋଲି କମିଟି ସୂତ୍ରରୁ ଜଣାପଡିଛି । ନାମଯଜ୍ଞ ପରିଚାଳନା କମିଟିର ସଭାପତି ଭାବରେ ଚିରଞ୍ଜିବୀ ଗୌଡିଆ ଯଜ୍ଞ ପରିଚାଳନା କରୁଥିବା ବେଳେ ସମ୍ପାଦକ ଦାଇତ୍ୱରେ ସମୀର ପୂଝାରୀ ଓ କୋଷାଧ୍ୟକ୍ଷ ଭାବରେ ଡମ୍ବରୁଧର ବେହେରା ରହିଛନ୍ତି । ପୂଜକ ପଣ୍ଡିତ ଭାବରେ ବିବୁଧ କୁମାର କର, ଜପକ ଭାବରେ ନାରାୟଣ ପଣ୍ଡା ଓ ବିଶି ପଣ୍ଡା ଦାଇତ୍ୱ ନିର୍ବାହନ କରୁଛନ୍ତି । ଶ୍ରୀମତୀ ଇନ୍ଦୁଦେବୀ ଚିନ୍ଦା ଓ ଗୌତ୍ତମ ଚିନ୍ଦା ପୂଜା କର୍ତ୍ତା ଭାବରେ ରହିଛନ୍ତି । ନାମଯଜ୍ଞ ଆୟୋଜକ ନର୍ଲାର ତିନିଗୋଟି ସଂକୀର୍ତ୍ତନ ମଣ୍ଡଳୀ, ସ୍ଥାନୀୟ ବଫଲା ଓ ତୁଳାପଡା ସମେତ ନୂଆପଡା ଓ କଳାହାଣ୍ଡିରୁ ସମୁଦାୟ ୧୩ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ନାମଯଜ୍ଞରେ ଅଂଶ ଗ୍ରହଣ କରିଥିବା ଜଣାପଡିଛି । ଅନ୍ନଛତ୍ରରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଅନ୍ନ ପ୍ରସାଦ ସେବନ କରୁଥିବା ଜଣାପଡିଛି । ଆସନ୍ତା ମଙ୍ଗଳବାର ସକାଳ ୭.୧୫ ରେ ନର୍ଲା ଉପରପଡା ନାମଯଜ୍ଞର ପୂର୍ଣ୍ଣାହୂତି ପଡିବ ।