ବ୍ଲକ ଅଧ୍ୟକ୍ଷଙ୍କ ନିଆରା ପ୍ରୟାସ: ଗୋଲାମୁଣ୍ଡାରେ ପ୍ରଥମ ଥର ପାଇଁ ଘର ଘର ଚାଲ କାର୍ଯ୍ୟକ୍ରମ

ଘରେ ଘରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଲେ,ସମସ୍ୟା ସମାଧାନର ପ୍ରତିଶୃତି ଦେଲେ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ରାଜ୍ୟ ସରକାରଙ୍କ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା । ଚାଉଳ ଯୋଗାଣ ହେଉ କି ବାର୍ଦ୍ଧକ୍ୟ ଭତ୍ତା, ପାନୀୟ ଜଳ, ବିକଳାଙ୍ଗ ଭତ୍ତା ଏହି ଯୋଜନା କେତେ ଯେ କାର୍ଯ୍ୟକାରୀ ଓ କେଉଁ ହିତାଧିକାରୀ କେଉଁ ଯୋଜନାର ଲାଭ ପ୍ରକୃତ ପାଇଛନ୍ତି ନା ଯୋଜନା ହଡପ ହେଉଛି ତାର ଲାଭ ପାଇ ନାହାଁନ୍ତି ତାହାର ଏକ ରିଏଲିଟି ଚେକ୍ କରିଛନ୍ତି ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ। ଆଜି ବିଡ଼ିଓ, ସହକାରୀ ଯନ୍ତ୍ରୀ ସାଙ୍ଗକୁ ବିଭିନ୍ନ ସରକାରୀ କର୍ମଚାରୀଙ୍କୁ ତିନୋଟି ୟୁନିଟ କରି ଘର ଘର ଚାଲ ଅଭିଯାନ କରିଛନ୍ତି l ଏହି ଅବସରରେ ଆଜି ପ୍ରଥମ କରି ମହାଲିଙ୍ଗ ଗ୍ରାମ ପଞ୍ଚାୟତ ମହାଲିଙ୍ଗ, ବେତରାଜପାଲି, କୋଦୋଭଟା ସମେତ ୧୧ଗୋଟି ୱାର୍ଡର ବିଭିନ୍ନ ଲୋକଙ୍କ ବିଭିନ୍ନ ଅଭିଯୋଗ ଯଥା ବିକଳାଙ୍ଗ ଭତ୍ତା ତିନୋଟି ଅଭିଯୋଗରୁ ତିନୋଟି ସମାଧାନ, ବାର୍ଦ୍ଧକ୍ୟ ଭତ୍ତା ୮୦ ଗୋଟି ଅଭିଯୋଗରୁ ୨୨ଟି ର ସମାଧାନ,ପିଇବା ପାଣି ସମସ୍ୟା ୭ଟି ଅଭିଯୋଗରୁ ୪ଟି ର ସମାଧାନ, ତହସିଲ ସମ୍ବନ୍ଧୀୟ ତିନୋଟି ଅଭିଯୋଗରୁ ଦୁଇଟି ସମାଧାନ, ଆବାସ ଗୃହ ସମସ୍ୟା ୨୨୪ଗୋଟି ୨୧ଗୋଟି ସମାଧାନ, ପିଡିଏସ ଚାଉଳ ୯ ଗୋଟି ଅଭିଯୋଗରୁ ୯ଗୋଟି ସମସ୍ୟାର ସମାଧନ ସମୁଦାୟକ୍ତ ୩୩୬ଗୋଟି ଅଭିଯୋଗରୁ ୬୧ଗୋଟି ଅଭିଯୋଗର ତୁରନ୍ତ ସମାଧାନ ହୋଇଥିଲା l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବ୍ଲକର ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିବା ବେଳେ ପ୍ରତି ସୋମବାର ଦିନ ବ୍ଲକର ବିଭିନ୍ନ ପଞ୍ଚାୟତ ରେ ଏଭଳି କାର୍ଯ୍ୟକ୍ରମ ହେବ ବୋଲି ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ପ୍ରକାଶ କରିଛନ୍ତି । ଅନ୍ୟପଟେ ଏହି କାର୍ଯ୍ୟକ୍ରମ ରେ ଗୋଲାମୁଣ୍ଡା ବିଡ଼ିଓ ଶ୍ରୀଧର ପଣ୍ଡା, ତହସିଲଦାର ଅଶୋକ ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ପର୍ଶୁରାମ ନାଏକ, ସରପଞ୍ଚ ମହାଲିଙ୍ଗ ଗୌରୀ ଚନ୍ଦନ, ସମିତି ସଭ୍ୟ କିରଣ ସିଂ, ପଞ୍ଚାୟତ ନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ଚିତ୍ତ ରଞ୍ଜନ ଜେନା ମିଶନ ଶକ୍ତି ବିପିଏମ୍ ସୁଧାଂଶୁ ବିଶ୍ଵାଳ, ଆବାସ ଯୋଜନା ବିଏଲସି ମଧୁସୂଦନ ସାହୁ ଓ ଦିନେଶ ପାନକା, ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦନ ବିହାରି, ରମାକାନ୍ତ ମହାପାତ୍ର, ଜିଆରଏସ ପପୁ ପାଣିଗ୍ରାହି ସମେତ ଗୋଲାମୁଣ୍ଡା ଉଦ୍ୟାନ ବିଭାଗର ପ୍ରତିମା ବେହେରା ବିଜୟ ପଣ୍ଡା, ନେତ୍ର ପ୍ରକାଶ ଭାରତୀ ପ୍ରମୁଖ ଉପସ୍ଥିତ ଥିଲେ l

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.