ଉଚ୍ଛଳା ଉଚ୍ଚ ବିଦ୍ୟାଳୟରେ ଚତୁର୍ଥ ପର୍ଯ୍ୟାୟ ବିଦ୍ୟାଳୟ ରୂପାନ୍ତରିତ ବୈଠକ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଉଚ୍ଛଳା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଓଡ଼ିଶା ସରକାର ଫାଇବ୍ ଟି ଅଧିନରେ ଚାଲିଥିବା ଚତୁର୍ଥ ପର୍ଯ୍ୟାୟ ରୂପାନ୍ତରିତ କାର୍ଯ୍ୟକ୍ରମର ବୈଠକ ବିଦ୍ୟାଳୟର ସଭାପତି ଚକ୍ରଧର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜୟପାଟଣା ବ୍ଲକର ପଞ୍ଚାୟତ ସମିତି ଅଧ୍ୟକ୍ଷ ଥବିର ବାଗ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୟପାଟଣା ସ୍ନିଗ୍ଧ ରାଣୀ ପ୍ରଧାନ ଯୋଗ ଦେଇ ଥିବା ବେଳେ ଉଚ୍ଛଳା ପଞ୍ଚାୟତର ସରପଞ୍ଚ ସୁବର୍ଣ୍ଣ ନାଏକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଯୋଧନ ବାଣୁଆ, ବାନେର ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଅନନ୍ତ ପଟ୍ଟନାୟକ, ଗୋଷ୍ଠୀ ସହ ଶିକ୍ଷା ଅଧିକାରୀ ଟିକେ ଚନ୍ଦ୍ର ମାଝୀ ତଥା ଜୟପାଟଣା ବ୍ଲକର କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହି ଥିଲେ।

ଏହି ଅବସରରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ସୁରେନ୍ଦ୍ର ମୋହନ ସାହୁ, ଦିବାକର ଠାକୁର, ରାମ ନାଏକ, ଭୂମିଦାନ କରିଥିବା ଭାଗିରଥି ନାଏକ, ବିଦ୍ୟାଳୟର ସକ୍ରିୟ ସଦସ୍ୟ ହେମନ୍ତ କୁମାର ନାଏକ, ତ୍ରିଲୋଚନ ନାଏକଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉଚ୍ଛଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନବକିଶୋର ନାଏକ ଉପସ୍ଥିତ ଥିବା ବେଳେ ସମସ୍ତ ଶିକ୍ଷକ ଅଭିଭାବକ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସୈ।ନ୍ଦର୍ଯ୍ୟକରଣ କରିବା ସହିତ ରୂପାନ୍ତରିତ କିଭଳି ଭାବରେ ହେବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ସଭାଟିକୁ ଜୟପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ଲଲିତ କୁମାର ନାଏକ ପରିଚାଳନା କରିଥିବା ବେଳେ ଶିକ୍ଷକ କେଶବ ମାଝୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.