ପ୍ରଗତିଶୀଳ ଆଦିବାସୀଙ୍କ ଜୀବନକୁ ମଧ୍ୟ ସାହିତ୍ୟ ପ୍ରତିବିମ୍ବିତ କରୁ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ (ଲବଣୀ ରାଉତ): ୧୮୯୮ରେ ଭୀମଭୁୟାଁ ଉପନ୍ୟାସରୁ ଆଦିବାସୀ ଜନ ଜୀବନ ଉପରେ ଆଧାରିତ ପ୍ରଥମ ଓଡିଆ ଉପନ୍ୟାସରୁ ଆରମ୍ଭ କରି ଏଯାବତ୍ ଅନେକ ଗୁଡିଏ ଆଦିବାସୀ ଜୀବନୀ ଉପରେ ଲେଖାଯାଇଛି।ତେବେ ଆଦିବାସୀଙ୍କ ବିକାଶ ତଥା ଆଦିବାସୀଙ୍କ ଉତ୍କର୍ଷତା ଉପରେ ଚିଚିତ୍ର ଉପନ୍ୟାସର ଅଭାବ ପରିଲକ୍ଷିତ ହେଉଛି।ଆଦିବାସୀଙ୍କ ଜୀବନ ଚର୍ଯ୍ୟାର ବିକାଶ ନିମନ୍ତେ ଉପନ୍ୟାସ ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ଆଜି ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ଧର୍ମଗଡ ସ୍ଥିତ ପଞ୍ଚାୟତ ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ଆୟୋଜିତ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ରରେ ଆଲୋଚକମାନେ ଆହ୍ବାନ ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଓଡିଶା ସାହିତ୍ୟ ଏକାଡେମୀ ଆୟୋଜିତ  ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର “ଓଡିଆ ଉପନ୍ୟାସରେ ଆଦିବାସୀଙ୍କ ନିଚ୍ଛକ ଚିତ୍ର” ଶିର୍ଷକ ଆଲୋଚନା ଚକ୍ରକୁ ଧର୍ମଗଡ ଉପଜିଲ୍ଲାପାଳ ଶ୍ରୀ ବେଦ ଭୁଷଣ ଉଦଘାଟନ କରିଥିଲେ।  ଏକାଡେମୀ ସଦସ୍ୟ ସତ୍ୟ ନାରାୟଣ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ ଗବେଷକ ପରମେଶ୍ବର ମୁଣ୍ଡ ଓ ସାହିତ୍ୟିକ ସତ୍ୟ ପଟ୍ଟନାୟକ।ବରେଣ୍ୟ ଅତିଥି ଭାବରେ ଶିକ୍ଷାବିତ ପ୍ରତାପ କିଶୋର ମୁଣ୍ଡ, ବିଶିଷ୍ଟ ଅତିଥି ଭାବେ କବି ଓ ଆଲୋଚକ ନିରାକାର ଦାଶ ଉକ୍ତ ପ୍ରସଙ୍ଗରେ ନିଜସ୍ୱ ମତବ୍ୟକ୍ତ କରିଥିଲେ। ଅଧ୍ୟାପକ ମୋହନ ଚରଣ ବିଷି ମଞ୍ଚ ସଂଯୋଜନା କରିଥିଲେ ଓ ଧର୍ମଗଡ ସାହିତ୍ୟ ସଂସଦର ସଭାପତି ଲିଙ୍ଗରାଜ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Udyog Nursery
Udyogi Nursery

ଦ୍ବିତୀୟ ଅଧିବେଶନରେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟା ଡ.ସୁନୀତି ମୁଣ୍ଡଙ୍କ ସଭାପତିତ୍ୱରେ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ ସାହିତ୍ୟିକ ସତ୍ୟ ନାରାୟଣ ମୁଣ୍ଡଛିନା,ପ୍ରଧ୍ୟାପକ ସାମୁଏଲ ଦାନି,ଅବସର ପ୍ରାପ୍ତ ପ୍ରାଧ୍ୟାପକ ସୁଶାନ୍ତ କୁମାର ଲେଙ୍କା।ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଚିନ୍ତାମଣି ପାତ୍ର ଓ ସୁସାହିତ୍ୟିକ ଡ. ଅତିତ କୁମାର ନେଗୀ ବକ୍ତବ୍ୟ ପ୍ରଦାନ କରିଥିଲେ।ଅଧ୍ୟାପକ ବଙ୍କିମ କୁମାର ମୁଣ୍ଡ ମଞ୍ଚ ସଂଯୋଜନା କରିଥିବାବେଳେ ଅଧ୍ୟାପକ ଶାନ୍ତନୁ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ଜଗନ୍ନାଥ ରାଓ, ଥୁଆମୁଲ ରାମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ  ଲୋକନାଥ ବେହେରା ,ନିର୍ମଳ ଚନ୍ଦ୍ର ନାଏକ, ଧର୍ମଗଡ ସାହିତ୍ୟ ସଂସଦର ସଂପାଦକ ରାଜେଶ କୁମାର ମୁଣ୍ଡ, ଗୋବିନ୍ଦ ସାହୁ, ସଂଜିବ କୁମାର ମୁଣ୍ଡ, ତପନ କୁମାର ସାହୁ, ବିରଞ୍ଚି ନାରାୟଣ ମୁଣ୍ଡ, କାଳୀକ୍ରିଷ୍ଣା ମେହେର, ସରୋଜ ଯୋଶୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.