ପାକିସ୍ତାନରେ ତାଣ୍ଡବ ରଚିପାରେ ବାତ୍ୟା ‘ବିପର୍ଯ୍ୟୟ’, ବାଦଲଫଟା ବର୍ଷା ଆଶଙ୍କା

ଓଡ଼ିଆ ବାର୍ତ୍ତା/ କରାଚୀ: ଆରବ ସାଗରରେ ସୃଷ୍ଟ ବାତ୍ୟା ବିପର୍ଯ୍ୟୟ ଭାରତ ଏବଂ ପାକିସ୍ତାନ ଉପକୂଳକୁ ଦ୍ରୁତ ଗତିରେ ମାଡିଆସୁଛି । ବାତ୍ୟା ବିପର୍ଯ୍ୟୟ ଉପକୂଳ ଛୁଇଁବାବେଳେ ତାଣ୍ଡବ ରଚିବ  । ଏହା ଜୁନ ୧୫ରେ ଗୁଜରାଟ ଏବଂ କରାଚୀ ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଉଛି । ପାକିସ୍ତାନ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ବାତ୍ୟ ବିପର୍ଯ୍ୟୟ ସ୍ଥଳଭାଗ  ଛୁଇଁବାବେଳେ ବାଦଲ ଫଟା ବର୍ଷା ଆଶଙ୍କା ରହିଛି । ପାକିସ୍ତାନରେ ବାତ୍ୟା ତାଣ୍ଡବ ରଚିପାରେ । ପରିସ୍ଥିତିକୁ ଦୃଷ୍ଟରେ ରଖି ସିନ୍ଧରେ ଏମର୍ଜେନ୍ସି ଘୋଷଣା କରାଯାଇଛି । ସେଠାରେ ସେନା ମୁତୟନ କରାଯାଇଛି । ତଳିଆ ଅଞ୍ଚଳରୁ ୮୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆ ଯାଇ ସାରିଲାଣି । ପାକିସ୍ତାନ ପାଣିପାଗ ବିଭାଗ ଅନୁଯାୟୀ, ବାତ୍ୟା ବିପର୍ଯ୍ୟୟକୁ ଅତି ଗମ୍ଭୀର ବାତ୍ୟା ବୋଲି କୁହା ଯାଇଛି । ଏହା ଭାରତ ଓ କରାଚୀ ସମୁଦ୍ର ଉପକୂଳ ଆଡକୁ ଦ୍ରୁତ ଗତିରେ ମାଡି ଆସୁଛି । ସିନ୍ଧ ପ୍ରଦେଶର ମୁଖ୍ୟମନ୍ତ୍ରୀ ମୁରାଦ ଅଲି ଶାହ ଏମର୍ଜେନ୍ସି ଘୋଷଣା କରିବା ସହ କହିଛନ୍ତି, ଆମେ ଲୋକଙ୍କୁ ଘର ଖାଲି କରିବାକୁ କହୁଛୁ । ବାତ୍ୟା ନେଇ ସୋସିଆଲ ମିଡିଆ, ମସଜିଦ, ରେଡିଓ ମାଧ୍ୟମରେ ଆଲର୍ଟ ଜାରି କରାଯାଇଛି । ସେ ଲୋକଙ୍କୁ ସ୍ୱେଚ୍ଛାକୃତ ଭାବେ ଘର ଖାଲି କରିବାକୁ ନିବେଦନ କରିଛନ୍ତି । ପାକିସ୍ତାନ ପାଣିପାଗ ଅନୁଯାୟୀ, ଏଠାରେ ଘଣ୍ଟାପ୍ରତି ୧୪୦ରୁ ୧୫୦ କିମି ବେଗରେ ପବନ ବହିପାରେ । କେନ୍ଦ୍ରସ୍ଥଳରେ ପବନର ବେଗ ୧୭୦  ଛୁଇଁପାରେ । ଏଡାବ୍ୟତୀତ ସମୁଦ୍ରରେ ୩୫ରୁ ୪୦ ଫଟ ଉଚ୍ଚରେ ଜୁଆର ଉଠିପାରେ  । ଅନ୍ୟପକ୍ଷେ ବାତ୍ୟା ପ୍ରଭାବରେ ମୁମ୍ବାଇ ଓ ଗୁଜରାଟରେ ବର୍ଷା ଓ ପବନ ଜାରି ରହିଥିବା ବେଳେ ଉଚ୍ଚ ଜୁଆର ଉଠିଛି । ବାତ୍ୟା ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମୁହାଁଉଥିବା ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । କଚ୍ଛ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ବର୍ତ୍ତମାନ ସୁଦ୍ଧା ଗୁଜରାଟର ବିଭିନ୍ନ ଅଞ୍ଚଳରେ ୧୫ଟି ଏନଡିଆରଏଫ ଟିମ୍‌କୁ ମୁତୟନ କରାଯିବା ସହିତ ଓଡ଼ିଶା, ତାମିଲନାଡୁ ଏବଂ ପଞ୍ଜାବରେ ଥିବା ଏନଡିଆରଏଫ ଟିମ୍‌କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ସେହିପରି ଭାରତୀୟ ତଟରକ୍ଷୀ ବାହିନୀକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ବାତ୍ୟା ବିପର୍ଯ୍ୟୟ ସ୍ଥଳ ଭାଗ ଛୁଇଁବା ସମୟରେ ଉତ୍ତରଭାରତର ବିଭିନ୍ନ ରାଜ୍ୟରେ ବର୍ଷା ହେବାର ଆଶଙ୍କା ରହିଛି। ଦିଲ୍ଲୀ ସମେତ ପଶ୍ଚିମ ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଆଶଙ୍କାକୁ ନେଇ ଏହିସବୁ ରାଜ୍ୟରେ ମଧ୍ୟ ସତର୍କତା ଜାରି କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.