ସରକାରୀ କର୍ମଚାରୀଙ୍କୁ ରଜ ଭେଟି ଦେଲେ ମୁଖ୍ୟମନ୍ତ୍ରୀ: ୪% ବୃଦ୍ଧି ହେଲା ମହଙ୍ଗା ଭତ୍ତା 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ନିଲେଶ କୁମାର ନାଗ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଉ ଏକ ପଦକ୍ଷେପ । ବୃଦ୍ଧି ପାଇଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା । ଡ୍ରାଇଭର ସଂଘର ଦାବି ସରକାର ପୂରଣ କରିବା ପରେ ଆଜି ସରକାରୀ କର୍ମଚାରୀଙ୍କୁ ରଜ ଭେଟି ଦେଇଛନ୍ତି ରାଜ୍ୟ ସରକାର । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪% ବୃଦ୍ଧି ନେଇ ମଙ୍ଗଳବାର ଦିନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ବାରା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮%ରୁ ୪୨%କୁ ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ୧.୧.୨୦୨୩ରୁ ପିଛିଲା ଭାବରେ ଲାଗୁ କରାଯାଇଛି। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଜୁନ୍ ମାସ ଦରମାରେ ନଗଦ ଆକାରରେ ମିଳିବ ବୋଲି ସୂଚନା ରହିଛି । ସେହିପରି ସଂଶୋଧିତ ହାରରେ ପେନ୍‌ସନ ପାଉଥିବା ପେନ୍‌ସନଭୋଗୀଙ୍କ ଟି.ଆଇରେ ମଧ୍ୟ ୪% ବୃଦ୍ଧି କରାଯାଇଛି । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁନ୍ ମାସ ଦରମାରେ ନଗଦ ଆକାରରେ ମିଳିବ। ଏହାଦ୍ବାରା ରାଜ୍ୟ ସରକାରଙ୍କ ୪ ଲକ୍ଷ କର୍ମଚାରୀ ଓ ସାଢ଼େ ତିନି ଲକ୍ଷ ପେନସନ୍‌ଭୋଗୀ ଉପକୃତ ହେବେ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.