ଉତ୍କଳ ଆଲୁମିନା ଦ୍ୱାରା ପଥପାର୍ଶ୍ଵ ବୃକ୍ଷଚାରା ରୋପଣ, ଏହାର ପାରିପାର୍ଶ୍ଵିକ ଅଞ୍ଚଳରେ ସବୁଜ ବଳୟ ବିକାଶକୁ ପୃଷ୍ଠପୋଷକତା କରୁଛି

ଓଡ଼ିଆ ବାର୍ତ୍ତା/ ରାୟଗଡା / କାଶୀପୁର (ଶିବ ନାରାୟଣ ଗୈାଡ/ ଆଲାରାମ ଭାତ୍ରା): ପରିବେଶ ଏବଂ ଦୀର୍ଘସ୍ଥାୟିତ୍ୱ ପ୍ରତି ନିଜର ପ୍ରତିବଦ୍ଧତା ସହିତ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସ୍‍ନାଲ ଲିମିଟେଡ ଅଣ୍ଡିରାକଞ୍ଚ ଠାରେ ଚଳିତ ମାସ ୮ ତାରିଖରେ ପଥପାର୍ଶ୍ୱ ବୃକ୍ଷଚାରା ରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ସବୁଜ ପ୍ରୟାସ ଅଧୀନରେ ୩୩୦୦ଟି ଫଳନ୍ତି, ସାଜସଜା ଏବଂ ଜଙ୍ଗଲ ପ୍ରଜାତି ବୃକ୍ଷଚାରା ଲୁନ୍ଦ୍ରକୋନା ଛକଠାରୁ ଯୋଗୀପରିତୁଣ୍ଡା ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର ଉଭୟ ପାଶ୍ୱର୍ରେ ୫ କିଲୋମିଟର ଅଞ୍ଚଳରେ ରୋପଣ କରାଯିବ । ଏହି ସବୁଜ ବଳୟ କେବଳ ପଥପାଶ୍ୱର୍ର ଦୃଶ୍ୟପଟ୍ଟରେ ବୃଦ୍ଧି ଘଟାଇବ ନାହିଁ, ତାହାସହିତ ମୃତ୍ତିକା କ୍ଷୟକୁ ନିୟନ୍ତ୍ରଣ କରିବା ସହିତ ବୁଲା ପଶୁ ଓ ପଥିକଙ୍କୁ ଛାୟା ପ୍ରଦାନ କରିବ ।

Udyog Nursery
Udyogi Nursery

ଏହି କାର୍ଯ୍ୟକ୍ରମରେ ଅଣ୍ଡିରାକଞ୍ଚ ଥାନା, ଗୋଷ୍ଠୀ ସଦସ୍ୟବୃନ୍ଦ, ଡିପ୍ଲୋମା ଇଞ୍ଜିନିୟର ଟ୍ରେନିଂ (ଡିଇଟି)ର ଅଧିକାରୀଗଣ ଏବଂ ଉତ୍କଳ ଆଲୁମିନା କର୍ମଚାରୀବୃନ୍ଦ ବହୁ ଆଗ୍ରହର ସହିତ ଅଂଶଗ୍ରହଣ କରିଥିଲେ । ବିନୋଦ କୁମାର ବିଶ୍ୱାଳ, ସବ୍‍ଇନ୍‍ସପେକ୍ଟର ପୋଲିସ ଅଣ୍ଡିରାକଞ୍ଚ ଥାନା, ଏବଂ କ୍ରିଷ୍ଣ ଜ୍ୟୋତିଷୀ, ଡିଜିଏମ୍‍ ଜିଓଲୋଜି, ଉତ୍କଳ ଆଲୁମିନା ଏହି ପ୍ରୟାସକୁ ମନୋଜ ଦାସ, ଡିପାର୍ଟମେଣ୍ଟ ହେଡ୍‍, ସିଏସଆର ମାଇନ୍ସ, ଦେବାଶିଷ ପଟ୍ଟନାୟକ, ମ୍ୟାନେଜର ଏଚ୍‍ଆର
ମାଇନ୍ସଙ୍କ ସହିତ ମିଶି ପୋଲିସ ବିଭାଗ, ଉତ୍କଳ ଆଲୁମିନା ଅଧିକାରୀବୃନ୍ଦ ଏବଂ ଗୋଷ୍ଠୀ ସଦସ୍ୟଙ୍କ ଉପସ୍ଥିତିରେ ଶୁଭାରମ୍ଭ କରିଥିଲେ ।

“ପଥପାର୍ଶ୍ଵ ବୃକ୍ଷଚାରା ରୋପଣ ନିମନ୍ତେ ଆମର ପ୍ରତିବଦ୍ଧତା ହେଉଛି ଆମ ଜନ ସମୁଦାୟର କଲ୍ୟାଣ, ଆପ ପରିବେଶର ସୌନ୍ଦର୍ଯ୍ୟ ଏବଂ ଏକ ସୁସ୍ଥ ପୃଥିବୀ ଗଢିତୋଳିବା ଦିଗରେ ଏକ ପ୍ରତିବଦ୍ଧତା । ପରିବେଶଗତ ଦୀର୍ଘସ୍ଥାୟିତ୍ୱ ଏବଂ ଗୋଷ୍ଠୀ ସଶକ୍ତିକରଣ ନିମନ୍ତେ ଆମେ ନିରନ୍ତର ଏହିଭଳି ପ୍ରୟାସ ଜାରି ରଖିବୁ,” ବୋଲି ମଜହର ବେଗ୍‍, ୟୁନିଟ ହେଡ୍‍ ଆଣ୍ଡ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା ଏହି ଅବସରରେ ଉଲ୍ଲେଖ କରିଥିଲେ । ଉତ୍କଳ ଆଲୁମିନାର ଟିମ୍‍ ସିଏସଆର୍‍ ମାଇନ୍ସ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.