ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଶ୍ରାବଣର ଝରଝର ବର୍ଷାରେ ସମସ୍ତ ନାରୀ କବିମାନଙ୍କୁ ଭିଜାଇ ଦେଇଥିଲା ଶ୍ରାବଣୀ। ବର୍ଷାର ରିମଝିମ ତାଳରେ ତାଳ ଦେଇ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ କବି ସ୍ଥାନୀୟ ବ୍ରଜବିହାର ଶିଶୁମନ୍ଦିର ପରିସରରେ ମନୋମୁଗ୍ଧକର ସ୍ୱରଚିତ ଶ୍ରାବଣୀ କବିତା ପାଠ କରିଥିଲେ।
କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ଅତିଥି ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ହରପ୍ରିୟା ଠାକୁର। ସଭାପତି ସୁଦେଷ୍ଣା ପଣ୍ଡାଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ସମ୍ପାଦିକା କଳ୍ପନା ରଥ। ବ୍ରହ୍ମନାଦ କରିଥିଲେ କବି ଅନୀତା ମୁଣ୍ଡ, ଦୀପ ପ୍ରଜ୍ବଳନ ମନ୍ତ୍ର ଗାନ କରିଥିଲେ କବି ସୁନୀତା ଦାଶ, ସରସ୍ୱତୀ ବନ୍ଦନା ଗାନ କରିଥିଲେ କବି ବିଳାସିନୀ ମହାପାତ୍ର ଏବଂ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ କବି ସନ୍ଧ୍ୟାରାଣୀ ବେହେରା।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଦୁଇ ନୂତନ ସଦସ୍ୟାଙ୍କୁ ସ୍ୱାଗତ କରାଯାଇଥିଲା। ଦୀପ୍ତି ମୁଣ୍ଡଙ୍କ ସଂଯୋଜନାରେ କବି ବଲବୀର କୌର, ମିନତି ପ୍ରଧାନ, ଅର୍ଚ୍ଚନା ମିଶ୍ର, ତନୁଶ୍ରୀ ମିଶ୍ର, ପ୍ରେମଶୀଳା ବେହେରା, ମଞ୍ଜୁରାଣୀ ରଥ, ସ୍ନେହଲତା ଷଡଙ୍ଗୀ, ରଶ୍ମୀରାଣୀ ରଥ, କବିତା ମୁଣ୍ଡ, ଅମ୍ବୁଯାକ୍ଷୀ ବେହେରା, ସ୍ୱର୍ଣକାନ୍ତି ବୈକାର, ଆନନ୍ଦିନୀ ପାତ୍ର, ପ୍ରିୟଦର୍ଶିକା ପ୍ରଧାନ, ସୁଚିସ୍ମିତା ରଥ, ସୁସ୍ମିତା ମହାପାତ୍ର, ସ୍ୱପ୍ନା ପ୍ରଧାନ, ଅର୍ଚ୍ଚନା ବେହେରା, ସୁଶ୍ରୀ ସଙ୍ଗୀତା ବେହେରା ପ୍ରମୁଖ ୩୦ରୁ ଊର୍ଦ୍ଧ୍ୱ କବି କବିତା ପାଠ କରିଥିଲେ।
ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କୋଷାଧ୍ୟକ୍ଷ ସବିତା ଶତପଥୀ ଏବଂ ଶାନ୍ତିମନ୍ତ୍ର ପାଠ କରିଥିଲେ କବି ସବିତା ଦାଶ।





