ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଲଘୁଚାପ ଜନିତ ଲଗାଣ ବର୍ଷାରେ ସାରା ରାଜ୍ୟ ଉବୁଟୁବୁ ହେଉଥିବା ବେଳେ ପଶ୍ଚିମ ଓଡିଶାର ଅନେକ ସ୍ଥାନରେ ମଧ୍ଯ ସ୍ଥିତି ସଙ୍ଗୀନ ରହିଛି। ଲଗାଣ ବର୍ଷାରେ ହାତୀ ନଦୀର ଉପର ମୁଣ୍ଡରୁ ପାଣି ଆସି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗାଁ ରେ ୧୦ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହୋଇଥିଲା। ଗାଁ ରେ ଥିବା ଶିବ ମନ୍ଦିରରେ ୯ ରୁ ଊର୍ଦ୍ଧ୍ବ ବ୍ୟକ୍ତି ମନ୍ଦିରରେ ଫସିଯାଇଥିଲେ। ଭୟଭୀତ ଅବସ୍ଥାରେ ଥିଲେ। ଖବର ପାଇ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, କେସିଙ୍ଗା ତହସିଲଦାର, ରାଜସ୍ବ ନିରୀକ୍ଷକ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଥିଲେ। ପରେ ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଜଣାପଡିଛି।





