ଦିବଂଗତ ଶିକ୍ଷକଙ୍କ ପରିବାରକୁ ସହାୟତା ପ୍ରଦାନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ମୋଟେର ଗ୍ରାମ ପଞ୍ଚାୟତ ବାଟିଗୁଡା ଗ୍ରାମର ଦିବଙ୍ଗତ ଶିକ୍ଷକ ସଚ୍ଚିନ୍ଦ୍ର ଦଳପତିଙ୍କ ରବିବାର ଦ୍ୱାଦଶାହ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ଏହି ଅବସରରେ କୋକସରା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ଏକ୍ସକ୍ୟାଡ଼ର) ଏବଂ ମିଳିତ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାମାନେ ସ୍ୱର୍ଗୀୟ ଶିକ୍ଷକଙ୍କ ବାସଭବନରେ ପହଞ୍ଚି ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଥିଲେ। ଏଥିସହିତ ସଂଘ ପକ୍ଷରୁ ଦିବଙ୍ଗତ ଶିକ୍ଷକଙ୍କ ପରିବାରକୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ସହାୟତା ପ୍ରଦାନ ଓ ସମବେଦନା ସଭାରେ ଶିକ୍ଷକ ଗଗନ ବିହାରୀ ପଟ୍ଟନାୟକ, ଦେବିସିଂ ମାଝୀ, ବୈକୁଣ୍ଠ ଜାଲ, ଈଶ୍ୱରୀ ପ୍ରସାଦ ଅଗସ୍ତି, ପଞ୍ଚାନନ ମାଝୀ, ରାମନାରାୟଣ ପୂଝାରୀ, କେଦାରନାଥ ନାଏକ, ହରିହର ନାଏକ, ରଞ୍ଜିତ କୁମାର ଖମାରୀ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.