ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ରେଙ୍ଗାଲ ପାଲି ପରମାନନ୍ଦ ଉଚ୍ଚ ବିଦ୍ୟାଳୟ ର ଖେଳ ଶିକ୍ଷକ ଦେବୀ ପ୍ରସାଦ ସାହୁ ତାଙ୍କର ଖେଳ ଶିକ୍ଷକ ରୁ ତା ୩୧/୦୭/୨୦୨୬ ରିଖ ଦିନ ଅବସର ଗ୍ରହଣ କରିଛନ୍ତି। ଯେତେବେଳେ ରେଙ୍ଗାଲ ପାଲି ପରମାନନ୍ଦ ଉଚ୍ଚ ବିଦ୍ୟାଳୟ ୧୯୮୭ ମସିହାରେ ନୂତନ ଭାବରେ ଆରମ୍ଭ ହୁଏ ସେହି ଦିନଠାରୁ ଦେବୀ ପ୍ରସାଦ ସାହୁ ଖେଳ ଶିକ୍ଷକ ରୂପେ ନିଯୁକ୍ତି ପାଇ ଖେଳ ଶିକ୍ଷକ ଭାବରେ ଅନବରତ କାର୍ଯ୍ୟ କରିଆସୁଥିଲେ। ଗତ ତା ୩୧/୦୭/୨୦୨୬ ରିଖ ଦିନ ପରମାନନ୍ଦ ଉଚ୍ଚ ବିଦ୍ୟାଳୟ ରୁ ଅବସର ଗ୍ରହଣ କରିଥିବା ରୁ ତାଙ୍କୁ ବିଦ୍ୟାଳୟ ର ପରିଚାଳନା କମିଟି ଏବଂ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଅଛି। ଏହି ସମ୍ବର୍ଦ୍ଧନା ସଭା ରେ ପରମାନନ୍ଦ ଉଚ୍ଚ ବିଦ୍ୟାଳୟ ର ପ୍ରତିଷ୍ଠାତା ବ୍ରଜେନ୍ଦ୍ର କୁମାର ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ପରିଚାଳନା କମିଟି ର ସଦସ୍ୟ ମନୋଜ ଶର୍ମା,ଦଳ୍ଳଭ ନାଏକ,ମଦନ ଶବର, ଏବଂ ପୁରାତନ ଛାତ୍ର ସଂସଦ ର ଉମାଶଙ୍କର ଦୀପ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏହି କାର୍ଯ୍ୟକ୍ରମ କୁ ଅଶ୍ବିନ କୁମାର ତାଣ୍ଡି ପରିଚାଳନା କରିଥିବା ବେଳେ ଲଲିତ କୁମାର ନାଏକ ସହଯୋଗ କରିଥିଲେ।





