ପାଠପଢା ବନ୍ଦ, ସ୍କୁଲରେ ଆଣ୍ଠୁଏ ପାଣି

ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି(କ)ପଞ୍ଚାୟତ ସଦର ପ୍ରକଳ୍ପ ଉର୍ଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପାଣି ନିଷ୍କାସନ ବ୍ୟବସ୍ଥା ନଥିବାରୁ ଲଗାଣ ବର୍ଷା ରେ ସ୍କୁଲ ପରିସର ଓ ଶ୍ରେଣୀଗୃହ ରେ ବର୍ଷା ପାଣି ପଶିଛି ଫଳରେ ଛାତ୍ରଛାତ୍ରୀ ଙ୍କ ପାଠପଢା ବନ୍ଦ ରହିଛି l 1950ମସିହାରେ ସ୍ଥାପିତ ଏହି ସ୍କୁଲ ରେ ଦୀର୍ଘ ଦିନ ଧରି ଶ୍ରେଣୀଗୃହ ଅଭାବ ଲାଗି ରହିଥିଲା ଚଳିତ ବର୍ଷ ମାର୍ଚ୍ଚ ୧୦ତାରିଖ ରେ ପାଚେରୀ ଭିତରେ ଚାନ୍ଦୁଆ ଟାଣି ଛାତ୍ରଛାତ୍ରୀ ଙ୍କ ପରୀକ୍ଷା କରାଯାଇଥିବା ଘଟଣା ଗଣମାଧ୍ୟମ ରେ ପ୍ରକାଶ ପାଇବା ପରେ ପ୍ରଶାସନ ର ତତ୍ପରତା ଦେଖାଇଥିଲା l ପରେ ନୂତନ ଶ୍ରେଣୀଗୃହ ର ଚାବି ବିଇଓ ଶାନ୍ତନୁ ପଡିଆରୀ ଓ ସରକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅବିନାଶ ମୋଦୀ ସ୍କୁଲ କର୍ତ୍ତୃପକ୍ଷ ଙ୍କୁ ହସ୍ତାନ୍ତର କରିଥିଲେ କିନ୍ତୁ ନୂତନ ଶ୍ରେଣୀ ଗୃହରେ ପାନୀୟ ଜଳ ଓ ରୋଷଇ ଘରର ବ୍ୟବସ୍ଥା ନଥିବାରୁ ସେଠାରେ ପାଠପଢା ଆରମ୍ଭ ହୋଇପାରି ନାହିଁ l ଏଭଳି ସ୍ଥିତିରେ ପୁରୁଣା ସ୍କୁଲ କୋଠାରେ ପାଠପଢା ଚାଲିଥିବା ବେଳେ ଲଗାଣ ବର୍ଷା ଯୋଗୁଁ ସ୍କୁଲ ପରିସରରେ ପାଣି ଜମି ଶ୍ରେଣୀଗୃହ କୁ ପାଣି ପଶିଯାଇଛି l ଗ୍ରାମବାସୀ ଙ୍କ ଅଭିଯୋଗ ଅନୁଯାୟୀ ଗ୍ରାମରେ ନୂତନ ରାସ୍ତା ନିର୍ମାଣ ସମୟ ରେ ସ୍କୁଲ ର ପାଣି ନିଷ୍କାସନ ପାଇଁ ଡ୍ରେନ ର ବ୍ୟବସ୍ଥା କରାଯାଇନଥିଲା l ଏନେଇ ଠିକାଦାର ଙ୍କୁ ଜଣାଇବା ପରେ ମାଟି ପକାଇ ସମସ୍ୟା ର ସମାଧାନ କରିବେ ବୋଲି କହିଥିଲେ ମଧ୍ୟ ତାହା କରାଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ସ୍ଥାୟୀ ପାଣି ନିଷ୍କାସନ ବ୍ୟବସ୍ଥା କରାନଗଲେ ପାଠପଢା ବ୍ୟାହତ ହେବା ସହ ସାପ ଓ ଅନ୍ୟାନ୍ୟ ସରୀସୃପ ଙ୍କ ଭୟ ମଧ୍ୟ ରହିଥିବା ପ୍ରଧାନ ଶିକ୍ଷକ ଜୟଦେବ ମାଝୀ ପ୍ରକାଶ କରିଛନ୍ତି l ସମସ୍ୟା ର ତୁରନ୍ତ ସ୍ଥାୟୀ ସମାଧାନ ପାଇଁ ଅଭିଭାବକ ଓ ଗ୍ରାମବାସୀ ପ୍ରଶାସନ ର ହସ୍ତକ୍ଷେପ ଦାବି କରିଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.