ବାଲେଶ୍ୱରରେ ବନ୍ୟା ପରିସ୍ଥିତି: ରକ୍ତ ସଙ୍କଟକୁ ଦୂର କରିବ ପାଇଁ ଆଗକୁ ଆସିଲା ‘ସ୍ନୋ ଫେଷ୍ଟ ଟିମ’

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ସାମ୍ପ୍ରତିକ ବନ୍ୟା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ମୁଖ୍ୟ ରକ୍ତ ଭଣ୍ଡାରରେ ଗୁରୁତର ରକ୍ତ ସଙ୍କଟ ଦେଖାଦେଇଛି। ଜରୁରୀକାଳୀନ ପରିସ୍ଥିତିରେ ଚିକିତ୍ସିତ ହେଉଥିବା ରୋଗୀ, ଦୁର୍ଘଟଣାଗ୍ରସ୍ତ ଏବଂ ଥାଲାସେମିଆ ପୀଡ଼ିତଙ୍କ ପାଇଁ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବାଲେଶ୍ୱରର ଅଗ୍ରଣୀ ଯୁବ ସଂଗଠନ ‘ସ୍ନୋ ଫେଷ୍ଟ’ ପକ୍ଷରୁ ଏକ ଜରୁରୀକାଳୀନ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।

ଆପଦକାଳରେ ମାନବସେବା

ଜିଲ୍ଲା ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ପୂରଣ କରିବା ଲକ୍ଷ୍ୟରେ ‘ସ୍ନୋ ଫେଷ୍ଟ ଟିମ୍’ ଏବଂ ‘ଶୁଭମ ସାଇ ମହାପାତ୍ର ଫାଉଣ୍ଡେସନ’ର ସଦସ୍ୟମାନେ ତୁରନ୍ତ ସଂଗଠିତ ହୋଇ ଏହି ସାମାଜିକ କାର୍ଯ୍ୟ ହାତକୁ ନେଇଥିଲେ। ଯୁବ ସମାଜସେବୀ ଶୁଭମ ସାଇ ମହାପାତ୍ରଙ୍କ ନେତୃତ୍ୱରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଆୟୋଜିତ ହୋଇଥିବା ଏହି ଶିବିରରେ ସର୍ବମୋଟ ୪୧ ୟୁନିଟ ବ୍ଲଡ଼ ସଂଗ୍ରହ କରା ଯାଇଥିଲା।

ଏ ସମ୍ପର୍କରେ ଯୁବ ସମାଜସେବୀ ଶୁଭମ ସାଇ ମହାପାତ୍ର ପ୍ରକାଶ କରିଥିଲେ ଯେ “ବନ୍ୟା ବିପତ୍ତି ସମୟରେ କୌଣସି ଅମୂଲ୍ୟ ଜୀବନ ଯେପରି ରକ୍ତ ଅଭାବରୁ ନ ନଷ୍ଟ ହୁଏ, ସେଥିପାଇଁ ଆମେ ଏହି କ୍ଷୁଦ୍ର ପ୍ରୟାସ କରିଛୁ। ସଙ୍କଟ ସମୟରେ ସମାଜ ସହ ଛିଡ଼ା ହେବା ଆମର ନୈତିକ କର୍ତ୍ତବ୍ୟ।” ଏହି ଶିବିରରେ ସମାଜସେବୀ ସାହିରୁଲ ହକ୍, ଧୀରଜ ମହାନ୍ତି ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଶିବିର ପରିଚାଳନା କରିବାରେ ଖୁଶଲ ଶର୍ମା, ଅନିଲ ପ୍ରଧାନ, ଜଗନ୍ନାଥ ବେହେରା, ପ୍ରକାଶ ସନ୍ଧିବିଗ୍ରହ, ଲକ୍ଷ୍ମୀଧର ମହନ୍ତ ପ୍ରଭୃତି ସକ୍ରିୟ ଭୂମିକା ନିଭାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.