ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ତେବେ କୋକସରା ବ୍ଳକରେ ମଧ୍ୟ ଗତ ତିନି ଦିନ ଧରି ମୁଷଳଧାରାରେ ଲଗାଣ ବର୍ଷା ଜାରି ରହିଛି। ଗତ ୪୮ ଘଣ୍ଟା ମଧ୍ୟରେ ୩୨ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଲଗାଣ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବ୍ଳକର କୁସୁମଖୁଣ୍ଡି କେନାଲ ରାସ୍ତାରେ ଏକାଧିକ ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଡ଼ିଥିବା ବେଳେ ଅନେକଙ୍କ ମାଟି ଘର ମଧ୍ୟ ଭାଙ୍ଗି ଥିବା ଜଣାପଡିଛି। ଲଗାଣ ବର୍ଷା ଯୋଗୁଁ ଅଞ୍ଚଳର ଚାଷୀ ମାନଙ୍କୁ ମଧ୍ୟ ଚିନ୍ତାରେ ପକାଇ ଦେଇଛି। ଜମିରେ ପ୍ରବଳ ମାତ୍ରାରେ ଜଳ ପ୍ରଭାହିତ ହେଉଥିବାରୁ ଧାନ ରୁଆ କାର୍ଯ୍ୟ ମଧ୍ୟ ଆଗକୁ ବଢ଼ି ପାରୁ ନାହିଁ, ଯେଉଁ କେତେକ ଚାଷୀ ରୁଆ କାର୍ଯ୍ୟ ଆରମ୍ଭ କରିଥିଲା ବର୍ଷା ଯୋଗୁଁ ନଷ୍ଟ ହେବାର ବହୁ ଆଶଂକା ରହିଛି। ବର୍ଷାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏବଂ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏବଂ ଅଙ୍ଗନୱାଡି କେନ୍ଦ୍ରଠାରୁ ଆରମ୍ଭ କରି ସ୍କୁଲ, କଲେଜ ଆଦି ବନ୍ଦ କରାଯାଇଛି। କୋକସରା ବ୍ଲକରେ ଗତ ତିନି ଦିନ ହେଲା ମୁଷଳଧାରାରେ ଲଗାଣ ବର୍ଷା ଜାରି ରହିଥିବାରୁ ଲୋକେ ଏକ ପ୍ରକାର ଗୃହବନ୍ଦୀ ହେଲା ପରି ମନେହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.