ବିନା ସୂଚନା ଫଳକରେ ନିର୍ମାଣ ଚାଲିଛି ଲକ୍ଷ ଲକ୍ଷ ଟଙ୍କାର ସରକାରୀ କାମ

ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗୀର ଜିଲ୍ଳା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ପାତଳପଡା ଠାରେ ନବ ନିର୍ମିତ ଜଗନ୍ନାଥ ମନ୍ଦିରର ସରକାରୀ ଅନୁଦାନରେ ନିର୍ମାଣଧିନ ଗୋଟିଏ ଗୃହ କୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ l ସରକାରୀ ଅନୁଦାନରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ସୂଚନା ଫଳକ ନାହିଁ କାହିଁକି? କୋଠା ଗୃହ ନିର୍ମାଣ ରେ ଲାଗିଥିବା ସାମାଗ୍ରୀ ର ମାନ ବିଷୟ କୁ ନେଇ ମଧ୍ୟ ଚିନ୍ତିତ ଗ୍ରାମବାସି l କେତେ ଟଙ୍କା ଓ କେଉଁ ଅନୁଦାନ ରୁ କାମ ଚାଲିଥିବା ବିଷୟ କୁ ନେଇ ଲୋକଙ୍କ ମନରେ ଅନେକ ସଂଶୟ l କାମ ତଦାରଖ ପାଇଁ ନିୟୋଜିତ ଯନ୍ତ୍ରୀ ନିର୍ମାଣ ସ୍ଥଳି କୁ ନ ଆସିବା ଭଳି ଅଭିଯୋଗ l ଉନ୍ନତିମୂଳକ ଯୋଜନା ଅନ୍ତର୍ଗତ କୌଣସି ନିର୍ମାଣ ଆରମ୍ଭ ପୂର୍ବରୁ ସୂଚନା ଫଳକ ଲାଗିବା ନିୟମ ରହିଥିବା ବେଳେ ନିୟମ ଉଲଙ୍ଘନ କାହିଁକି? କାମ ର ମାନ ଓ ନିର୍ମାଣ ସମ୍ବନ୍ଧିତ ତଥ୍ୟ ସବୁ ସୂଚନା ଫଳକରେ ଲେଖା ହୋଇଥାଏ ହେଲେ କିଛି ଲୁଚାଇବା ପ୍ରୟାସ ଭଳି ପ୍ରଶ୍ନ ଉଠୁଛି l ଗୃହ ନିର୍ମାଣରେ ନିୟୋଜିତ ଯନ୍ତ୍ରୀଙ୍କ କାର୍ଯ୍ୟ ଅବହେଳା ଅଭିଯୋଗ ମଧ୍ୟ ହେଉଛି l ବିନା ସୂଚନା ଫଳକରେ ନିର୍ମାଣ କାର୍ଯ୍ୟ କାହିଁକି ପ୍ରଶ୍ନ ଉଠୁଛି l ତେବେ ଏଥି ପ୍ରତି ବ୍ଲକ ଓ ଜିଲ୍ଲା ପ୍ରଶାସନ କେବେ ପଦକ୍ଷେପ ନେବ ତାହା ଦେଖିବାକୁ ବାକି ରହିଲା l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.