ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ସ୍ଥିତ(ମାହାରପଡା)ରେ ଲଗାଣ ବର୍ଷା ଯୋଗୁଁ ଘର ଭାଙ୍ଗି ଜଣେ ନାବାଳିକା ଉପରେ ପଡିଯାଇଛି l ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ମୁରିବାହାଲ କୁ ନେଇଥିବା ଦେଖିବାକୁ ମିଳିଥିଲା l ସୂଚନା ଅନୁସାରେ ଲଗାତାର ପ୍ରବଳ ବର୍ଷାରେ ମୁରିବାହାଲ (ମାହାରପଡା)ର କୃଷ୍ଣ ସାହାଣୀଙ୍କ ଝିଅ ରଶ୍ମିତା ସାହାଣୀ ସକାଳ ପ୍ରାୟ ୧୦ ଘଣ୍ଟା ସମୟରେ ରୋଷଇ ଘରେ ରୋଷଇ କରୁଥିବା ବେଳେ ମାଟି କାନ୍ଥଭାଙ୍ଗି ତାଙ୍କ ଉପରେ ପଡିଯାଇଥିଲା l ଫଳରେ ରଶ୍ମିତାଙ୍କ ଗୋଡ଼ଭାଙ୍ଗି ଗୁରୁତର ହୋଇଥିଲା, ସ୍ଥାନୀୟ ଲୋକେ ରଶ୍ମିତା କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର ଭୀମ ଭୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି l ତେବେ କୃଷ୍ଣଙ୍କୁ ପ୍ରଶାସନ ପକ୍ଷରୁ ଆବଶ୍ୟକ ଚିକିତ୍ସା ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି l





