ହାବସପୁରରେ ପାଳିତ ହେଲା ଜନନାୟକ ମହେଶ୍ୱର ନାୟକଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକୀ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ଥିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ହାବସପୁର କୃପାସିନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଜନନାୟକ ତଥା ପୂର୍ବତନ ବିଧାୟକ ମହେଶ୍ୱର ନାୟକଙ୍କ ୨୪ତମ ଶ୍ରାଦ୍ଧବାର୍ଷିକୀ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ନାଏକଙ୍କ ଅଧକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ସମ୍ପାଦକ ସତ୍ୟ ନାରାୟଣ ସିଂ, ମୁଖ୍ୟବକ୍ତା ଭାବେ ଉତ୍କଳ ଯାଦବ ମହାସଭା ପୂର୍ବତନ ସାଧାରଣ ସମ୍ପାଦକ କୀର୍ତନ ନାଏକ ଯାଦବ ଯୋଗ ଦେଇ ସ୍ବର୍ଗତ ନାୟକଙ୍କ ସୃତିଚାରଣ କରି ଆଗାମୀ ଦିନରେ ସଦର ମହକୁମା ଠାରେ ‘ମହେଶ୍ୱର ପାଠାଗାର’ ନିର୍ମାଣ କରାଯାଇ ତାଙ୍କ ଜୀବନୀ ଉପରେ ଅଧିକ ଗବେଷଣା କରିବାକୁ ଆହ୍ୱାନ ଦେଇଥିଲେ। ସ୍ବର୍ଗତ ନାୟକ କଳାହାଣ୍ଡି ମାଟିକୁ ଜୀବନଠୁ ଅଧିକ ଭଲ ପାଉଥିଲେ ଓ ସେ ଏକାଧାରରେ ଶିକ୍ଷାବିତ ସମବାୟବିତ, କ୍ରିଡ଼ାପ୍ରେମୀ ତଥା ସାହିତ୍ୟ ଓ ସଂସ୍କୃତିକୁ ଭଲ ପାଉଥିବା ଏକ ନିଆରା ମଣିଷଟିଏ ଥିଲେ। ସ୍ବର୍ଗତ ନାୟକ ଉତ୍କଳ ଯାଦବ ମହାସଭାର ପ୍ରତିଷ୍ଠାତା ସଭାପତି ଭାବେ ବଳିଷ୍ଠ କାର୍ଯ୍ୟାଭାର ବହନକରିବା କରିବା ସହ ଯାଦବ ମାନଙ୍କ ଚେତନା ପାଇଁ ଓ ସଂଗଠନ ପାଇଁ କାର୍ଯ୍ୟକରିବା ଦିଗରେ ନିଜକୁ ସମର୍ପିତ କରିଥିଲେ। ଏହି ସମାରୋହରେ ଅନ୍ୟ ମାନଙ୍କ ମଧ୍ୟରେ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ଶିବ ହାତୀ ଯାଦବ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ପୂର୍ବତନ ସଭାପତି ଟିକଚନ ନାଗ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ସଭାପତି ନୃପରାଜ ଯାଦବ, ବିଜୟା ଲଷ୍ମୀ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ନାୟକଙ୍କ ସ୍ୱର୍ଣ୍ଣିମ ଅତୀତ ଓ ସୃତି ଚାରଣ କରି ଥିଲେ। ଏହି ଅବସରରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ସିମାଞ୍ଚଳ ନାଗଙ୍କୁ ମହେଶ୍ୱର ନାୟକ ସୃତି କମିଟି ତରଫରୁ ଉପଢୌକନ ଦେଇ ସମର୍ଦ୍ଧିତ କରାଯାଇଥିଲା। ଉଚ୍ଚବିଦ୍ୟାପୀଠର ଶିକ୍ଷକ କେଶବ ଶବର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଷ୍ଣୁ ବେହେରା ସହଯୋଗ କରିଥିଲେ।ଏଥିରେ ସ୍ବର୍ଗତ ନାୟକଙ୍କ ସୁପୁତ୍ରୀ ଶୁଭଲଷ୍ମୀ ନାୟକ, ସୁପୁତ୍ର ସତ୍ୟ ନାରାୟଣ ନାୟକ, ଉଦୟ ଶଙ୍କର ବେହେରା, ଯଯାତି ନାୟକ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ବିଦ୍ୟାପୀଠର ବିଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.