ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): କୋଡିଙ୍ଗାମାଳି ଖଣି ପ୍ରଭାବିତ ଅଞ୍ଚଳର ବିକାଶ କାର୍ଯ୍ୟର ସ୍ଥିତି ପରଖିବା ଏବଂ ସ୍ଥାନୀୟ ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବା ଉଦ୍ଦେଶ୍ୟରେ ରାୟଗଡ଼ା ଜିଲ୍ଲାପାଳ ଅଶୁତୋଷ କୁଲକର୍ଣ୍ଣୀ ଓ ଉପ ଜିଲ୍ଲାପାଳ କାଶୀପୁର ବ୍ଲକର କୋଡିଙ୍ଗାମାଳି ପ୍ରଭାବିତ ଗ୍ରାମଗୁଡ଼ିକରେ କ୍ରମାଗତ ଦୁଇଦିନ ଧରି ଗସ୍ତ କରିଛନ୍ତି । ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଅବଗତ ହେବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ପରାମର୍ଶ ଦେଇଥିଲେ । ପ୍ରକାଶ ଥାଉ କି ଉକ୍ତ ଅଞ୍ଚଳର କଂସାରୀଗୁଡା ଠାରେ ବହୁ ରାଷ୍ଟ୍ରୀୟ କମ୍ପାନୀ ଗଢ଼ି ଉଠୁଛି କିନ୍ତୁ ଆଜି ପର୍ଯ୍ୟନ୍ତ ପାନୀୟ ଜଳର ସୁବନ୍ଦୋବସ୍ତ ହୋଇନଥିବା ଏବଂ ରାସ୍ତା ଘାଟର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ଭଳି ଖବର ସାମ୍ନାକୁ ଆସିଛି ।





