ସରିଆଁ ହାଇସ୍କୁଲର ପ୍ରଧାନଶିକ୍ଷକ ଗଙ୍ଗାନାରାୟଣ ଦାଶଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଗଙ୍ଗାନାରାୟଣ ଦାଶ ଅବସର ଗ୍ରହଣ କରିଛନ୍ତି। ଏନେଇ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ୍ ସରିଆଁ ହାଇସ୍କୁଲ ପରିସରରେ ଭବ୍ୟ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମିନତି ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ଅତିଥି ଭାବେ ପ୍ରାକ୍ତନ ପ୍ରଧାନଶିକ୍ଷକ ସାଧୁରାମ ଭୋଇ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଚନ୍ଦ୍ରଶେଖର ଶବର, ନର୍ଲା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଗୋବର୍ଦ୍ଧନ ମାଝୀ, ନର୍ଲା ଜୋନ୍-୩ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ଜିଲ୍ଲା ଉନ୍ନୟନ ପରିଷଦ ସଦସ୍ୟା ରୀନା ଭୋଇ, ଉଲିକୁପା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଭବାନୀ ପ୍ରସାଦ ନାଏକ, ଲାଞ୍ଜିଗଡ ରୋଡ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତରୁଣ କୁମାର ସାହୁ, ରାଜ୍ୟ ବ୍ଲକ୍ ଗ୍ରାଣ୍ଟ ଶିକ୍ଷକ ସଂଘର ଯୁଗ୍ମ ସମ୍ପାଦକ ପ୍ରମୋଦ ଚନ୍ଦ୍ର ରାଉତ, ସରିଆଁ ସମିତି ସଭ୍ୟ ଭାସ୍କର ଭୋଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟର ପୁରାତନ ଛାତ୍ର ଅଚ୍ୟୁତାନନ୍ଦ ଭୋଇ ସଭା ସଂଯୋଜନା କରିଥିବାବେଳେ ଏଥିରେ ବହୁ ସଂଖ୍ୟାରେ ପୁରାତନ ଶିକ୍ଷାର୍ଥୀ, ଅଭିଭାବକ ତଥା ଅଞ୍ଚଳର ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହି ଶ୍ରୀ ଦାଶଙ୍କ ସ୍ମୃତିଚାରଣ କରିଥିଲେ। ସନ୍ଧ୍ୟାରେ ସମସ୍ତେ ଶ୍ରୀ ଦାଶଙ୍କୁ ନେଇ ଏକ ଭବ୍ୟ ଶୋଭାଯାତ୍ରାରେ ତାଙ୍କ ବାସଭବନ ପର୍ଯ୍ୟନ୍ତ ଯାଇଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ କୈଳାଶ ଚନ୍ଦ୍ର ଭୋଇ, ଉମାକାନ୍ତ ଭୋଇ, ସହାୟକ କର୍ମଚାରୀ କପିଳ ମଟାଲି, ସାଧୁରାମ ସାହୁ, ଅବସରପ୍ରାପ୍ତ ମୁଖ୍ୟ ସେବକ ଭୋଳାନାଥ ଧଙ୍ଗଡାମାଝୀ, ତଥା ପୁରାତନ ଶିକ୍ଷାର୍ଥୀ ଓ ଅଭିଭାବକମାନେ ସହଯୋଗ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ୧୯୮୮ ମସିହା ଅକ୍ଟୋବର ୨୭ ତାରିଖରେ ଶ୍ରୀ ଦାଶ ଏହି ବିଦ୍ୟାଳୟରେ ଯୋଗଦାନ କରି ଦୀର୍ଘ ୩୮ ବର୍ଷ ଧରି ନିଷ୍ଠାର ସହ ଶିକ୍ଷାଦାନ କରିଛନ୍ତି। ଜଣେ ଆଦର୍ଶ ଗଣିତ ଶିକ୍ଷକ ଭାବେ ସେ ହଜାର ହଜାର ବିଦ୍ୟାର୍ଥୀଙ୍କ ଜୀବନ ଗଢ଼ିବାରେ ସଫଳ ହୋଇଥିଲେ। ତାଙ୍କ ଉଦ୍ୟମରେ ଭାରତୀୟ ଶିଶୁ ମନ୍ଦିର, ସରିଆଁ ପ୍ରତିଷ୍ଠିତ ହୋଇଛି। ଏଥିସହ ବ୍ଲକ୍ ଗ୍ରାଣ୍ଟ ଶିକ୍ଷକ ସଂଘର ରାଜ୍ୟସ୍ତରୀୟ ନେତୃତ୍ୱ ନେଇ ସେ ଶିକ୍ଷକମାନଙ୍କ ଦାବି ପୂରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.