ସ୍ବତନ୍ତ୍ର ଅଧିବେଶନରେ ଆସିବ ୪ଟି ସରକାରୀ ବିଲ୍, ସରକାର ଘୋଷଣା କଲେ ଏଜେଣ୍ଡା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ସେପ୍ଟେମ୍ବର ୧୮ରୁ ଆରମ୍ଭ ହେବାକୁ ଥିବା ବହୁ ପ୍ରତୀକ୍ଷିତ ସ୍ୱତନ୍ତ୍ର ସଂସଦ ଅଧିବେଶନର ଏଜେଣ୍ଡାରେ ୪ ଟି ବିଲ୍ ଆସିବ। ମୁଖ୍ୟ ନିର୍ବାଚନ କମିସନର ଓ ଅନ୍ୟ ନିର୍ବାଚନ କମିସନରଙ୍କ ନିଯୁକ୍ତି, ଚାକିରି ସର୍ତ୍ତାବଳୀ ଓ କାର୍ଯ୍ୟକାଳକୁ ନିୟନ୍ତ୍ରଣ କରିବା ଲାଗି ଗୁରୁତ୍ୱପୂର୍ଣ୍ଣ ଆଇନ ସମେତ ଅନ୍ୟୂନ ୪ଟି ସରକାରୀ ବିଲ୍ ଏଜେଣ୍ଡାରେ ରହିଛି। କୌଣସି ପ୍ରଶ୍ନକାଳ ରହିବ ନାହିଁ କି ପ୍ରାଇଭେଟ୍ ବିଲ୍ ଆସିବ ନାହିଁ। ୧୭ରେ ସର୍ବଦଳୀୟ ବୈଠକ ବସିବ ବୋଲି ସରକାର ଘୋଷଣା କରିବା ପରେ ସ୍ବତନ୍ତ୍ର ଅଧିବେଶର ଏଜେଣ୍ଡା ବାବଦରେ କେନ୍ଦ୍ର ସଂସଦୀୟ ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ସୂଚନା ଦେଇଛନ୍ତି। ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିବସରେ ୭୫ ବର୍ଷର ସଂସଦୀୟ ଯାତ୍ରା, ଉପଲବ୍ଧି, ଅନୁଭବ ଓ ସ୍ମୃତିକୁ ନେଇ ଚର୍ଚ୍ଚା ହେବ। ସେହିପରି ପୂର୍ବ ଅଧିବେସନରେ ଲୋକସଭାରେ ଆଗତ ହୋଇଥିବା ପୋଷ୍ଟ୍‌ ଅଫିସ ବିଲ୍‌-୨୦୨୩ ଏବଂ ମୁଖ୍ୟ ନିର୍ବାଚନ କମିସନର ଏବଂ ଅନ୍ୟ ନିର୍ବାଚନ କମିସନରଙ୍କ ନିଯୁକ୍ତି ସଂକ୍ରାନ୍ତ ବିଲ୍‌ ରାଜ୍ୟସଭାରେ ଆଗତ ହେବ। ଏହା ସହିତ ଲୋକସଭାରେ ଏଡ୍‌ଭୋକେଟ୍‌ସ ଆମେଣ୍ଡ୍‌ମେଣ୍ଟ୍‌ ବିଲ୍‌-୨୦୨୩ ଏବଂ ପ୍ରେସ୍‌ ଓ ରେଜିଷ୍ଟ୍ରେସନ ଅଫ୍‌ ପିରିଓଡିକାଲ ବିଲ୍‌-୨୦୨୩ ଆଗତ ହେବ ବୋଲି ସୂଚନା ରହିଛି। ବିରୋଧୀ ଦଳଗୁଡ଼ିକ ଦ୍ୱାରା ତୀବ୍ର ସମାଲୋଚନାର ଶିକାର ହୋଇଥିବା ନିର୍ବାଚନ କମିସନରଙ୍କ ନିଯୁକ୍ତି ବିବାଦୀୟ ବିଲ୍ ଅଗଷ୍ଟ ୧୦ରେ ଲୋକସଭାରେ ଆଗତ ହୋଇଥିଲା। ପ୍ରସ୍ତାବିତ ଆଇନରେ ନିର୍ବାଚନ କମିସନଙ୍କ ଦ୍ୱାରା କାରବାରର ପ୍ରକ୍ରିୟା ସମ୍ପର୍କରେ ଉଲ୍ଲେଖ ରହିଛି ଏବଂ ପ୍ରସ୍ତାବ ରହିଛି ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ପ୍ୟାନେଲ ସୁପାରିସ ଆଧାରରେ ଜଣଙ୍କୁ ନିର୍ବାଚନ କମିସନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେବେ।

Omkar Vasthu
Omkar Vasthu

ବିରୋଧୀ ଦଳମାନେ କହିଛନ୍ତି ଯେ, ଯଦି ଏହି ବିଲ୍ ଗୃହୀତ ହୁଏ, ତେବେ ସୁପ୍ରିମକୋର୍ଟଙ୍କ ମାର୍ଚ୍ଚ ୨୦୨୩ ରାୟକୁ ଅଗ୍ରାହ୍ୟ କରିଦିଆଯିବ, ଯେଉଁଥିରେ କୁହାଯାଇଛି ଯେ ନିର୍ବାଚନ କମିସନ ନିଯୁକ୍ତି ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ ଭାରତର ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ ଏକ ପ୍ୟାନେଲ ପରାମର୍ଶ ଅନୁଯାୟୀ ରାଷ୍ଟ୍ରପତିଙ୍କ ଦ୍ୱାରା କରାଯିବ। ବିଶେଷ କରି ସଂସଦର ଏହି ଅଧିବେଶନ ଝଡ଼ ସୃଷ୍ଟି କରିବ ବୋଲି ଅନୁମାନ କରାଯାଉଥିବା ବେଳେ ବିରୋଧୀ ଦଳ ସବୁ କ୍ଷେତ୍ରରେ ସରକାରଙ୍କ ଯୋଜନାକୁ ବିରୋଧ କରିବେ।

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.