ଓଡ଼ିଆ ବାର୍ତ୍ତା/ ନବରଙ୍ଗପୁର: ଉମରକୋଟ ଡିଏକେ ବନ୍ୟା ଆଶ୍ରୟ ସ୍ଥଳୀରେ ନବରଙ୍ଗପୁର ଜିଲ୍ଲା ରାଜମିସ୍ତ୍ରୀ ମହାସଂଘର ସଭାପତି ଶ୍ରୀଯୁକ୍ତ ବିପିନ୍ ନାଗଙ୍କ ଅଧକ୍ଷତାର ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ୧୦ଗୋଟି ବ୍ଳକର ସଂଘର ସଭାପତି, ସଂପାଦକ, କୋଷାଧ୍ୟକ୍ଷ ଓ ସଦସ୍ୟମାନେ ଯୋଗ ଦେଇଥିଲେ। ସର୍ବ ପ୍ରଥମେ ସଂଘର ସାଧାରଣ ସଂପାଦକ ପର୍ଶୁରାମ ନାୟକ ଯାଦବ ଓ କରୁଣାକର ଦଳାଇ ଶ୍ରମିକ ମାନଙ୍କ ଇଷ୍ଟ ଦେବତା ଭଗବାନ ବିଶ୍ଵକର୍ମାଙ୍କ ପୂଜା ଅର୍ଚ୍ଚନା କରି ସଭା ଆରମ୍ଭ କରିଥିଲେ। ସଂଘର ସଭାପତି ବିପିନ ନାଗ ଶ୍ରମିକ ମାନଙ୍କୁ ମିଳୁଥିବା ସରକାରୀ ଯୋଜନା ଗୁଡ଼ିକୁ ଯେପରି ପ୍ରତ୍ୟେକ ରାଜମିସ୍ତ୍ରୀ ବଢେଇ ଓ ରେଜାକୁଲୀ ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ମାନଙ୍କୁ ମିଳିବ ସେନେଇ ଆଲୋକପାତ କରିଥିଲେ। ପ୍ରତ୍ୟେକ ରାଜମିସ୍ତ୍ରୀ ମାନଙ୍କୁ ଏକଜୁଟ ହୋଇ ମାସିକ ବୈଠକ ଓ ଜିଲ୍ଲା ବୈଠକରେ ନିୟମିତ ଉପସ୍ଥିତ ରହିବ ଲାଗି ଅନୁରୋଧ କରାଯାଇଥିଲା। ଜିଲ୍ଲା ଶ୍ରମ ବିଭାଗିୟ ଅଧିକାରୀ ପାଖକୁ ଯାଇ ଯେଉଁ ମାନଙ୍କର ଵେନିଫିଟ୍ ଗୁଡିକ ପେନଣ୍ଡିଙ୍ଗ୍ ଅଛି ତାହା ସରକାରୀ ଵ୍ଳକ ମିଟିଂ ହେବା ପୂର୍ବରୁ ବେନିଫିଟ୍ ଭେରିଫିକ୍ସନ୍ କରାଇଵା ପାଇଁ ଜିଲ୍ଲା ସଭାପତି ପରାମର୍ଶ ଦେଇଥିଲେ। ବୈଠକରେ ରମେଶ ଡଙ୍ଗରୀ, ରାମଧନ ନାୟକ, କୃପା ପାତ୍ର ଗରଡା, ସୁଜିତ୍ କୁମାର ହିଆଲ, ସୁଧିର କନ୍ଧପାଣି, ସୁବାସ ପନକା, ସଦା ସୁନା, କମଲଚନ ମାଝୀ, ନରସିଂଙ୍ଗ ନାୟକ, ସୁଧିର କନ୍ଦପାଣି, ଯସଵନ୍ତ ମାଝୀ, କିରଣ ଖରା, ନିଳକଣ୍ଠ କଲାର, ସୁବାସ ସୁରଜ୍, ତାରାଚନ୍ଦ କଲାର,ବଳି ମଙ୍ଗରାଜ, ରାଜେନ୍ଦ୍ର ସୁରିଆ, ପୂର୍ଣ୍ଣ ନାୟକ, ସହିଲ ଭତ୍ରା, ସୁବାସ ପନକା, ଧନିରାମ ମାଝି ପ୍ରମୁଖ ଉପସ୍ଥିତ ରହିଥିଲେ।