ଚାଉଳ ପାଇଁ ପଞ୍ଚାୟତ ଘେରିଲେ ଶତାଧିକ ମହିଳା

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ବକେୟା ଚାଉଳ ମିଳିନଥିବା ନେଇ ତାତିଲେ ମହିଳା। ଏମିତି କି ରାଜରାସ୍ତାକୁ ଆସି ପ୍ରଶାସନ ବିରୁଦ୍ଧରେ ନାରାବାଜି କରିବା ସହ ପଞ୍ଚାୟତ ଅଫିସ ଘେରାଉ କରିଥିଲେ। ଏଭଳି ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଚାଞ୍ଚେଡି ଗ୍ରାମ ପଞ୍ଚାୟତରେ ଗୁରୁବାର ଦେଖିବାକୁ ମିଳିଛି। ଗତ ଏପ୍ରିଲ, ମଇ ଓ ଜୁନ ମାସର ବକେୟା ଚାଉଳ ପଞ୍ଚାୟତର ସମୁଦାୟ ୯ ଶହରୁ ଉର୍ଦ୍ଧ୍ଵ ହିତାଧିକାରୀଙ୍କୁ ଆଜି ଯାଏ ମିଳିନଥିବା ଅଭିଯୋଗ ହୋଇଛି। ଯେଉଁଥି ପାଇଁ ପଞ୍ଚାୟତର ଶତାଧିକ ମହିଳା ହାତରେ ରାସନ କାର୍ଡ ଧରି ରାଲି କରିବା ସହ ପଞ୍ଚାୟତ ଅଫିସ ଘେରାଉ କରି ପ୍ରତିବାଦ ଜଣାଇଥିଲେ। ଦୀର୍ଘ ଦିନ ଧରି ବକେୟା ଚାଉଳ ମିଳିନଥିବା କାରଣରୁ ଗରିବ ପରିବାର ଲୋକେ ଭୋକ ଉପାସରେ ରହୁଛନ୍ତି। ଏମିତି କି ଗରିବ ଲୋକେ ଚଢ଼ା ଦରରେ ଦୋକାନରୁ ଚାଉଳ କିଣିବା ସେମାନଙ୍କ ପକ୍ଷେ ସମ୍ଭବ ହୋଇପାରୁନି ବୋଲି ମହିଳା ମାନେ କହିଛନ୍ତି। ସରକାର ସେମାନଙ୍କ ଲାଗି ଚାଉଳ ପଠାଉଥିବା ବେଳେ ସେହି ଚାଉଳ କୁଆଡେ ଯାଉଛି ବୋଲି ମହିଳା ମାନେ ପ୍ରଶ୍ନ କରିଛନ୍ତି। ବକେୟା ଚାଉଳ ପାଇବା ଲାଗି ମହିଳା ମାନେ ବାରମ୍ବାର ପଞ୍ଚାୟତକୁ ଆସୁଥିଲେ ମଧ୍ୟ ସେମାନଙ୍କ ଅଭିଯୋଗ କେହି ଶୁଣୁନଥବା କହିଛନ୍ତି। ଅନ୍ୟପଟେ ମେସିନରେ ଭୁଲ ଏଣ୍ଟ୍ରି ଯୋଗୁ ୩ ମାସର ବକେୟା ଚାଉଳ ହିତାଧିକାରୀଙ୍କୁ ଦିଆ ଯାଇପାରିନାହିଁ ବୋଲି ପଞ୍ଚାୟତର ଯୋଗାଣ ସହାୟକ ସ୍ଵୀକାର କରିଛନ୍ତି। ଏହି ଘଟଣା ସମ୍ପର୍କରେ ଜିଲ୍ଲାପାଳ ମଧ୍ଯ ଅବଗତ ଅଛନ୍ତି, ବକେୟା ଚାଉଳ ଆସିଲେ ତୁରନ୍ତ ପଞ୍ଚାୟତର ହିତାଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.