ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଳକ୍ ରାକ୍ସି ଗ୍ରାମର ଜଣେ ଗଣ୍ୟମାନ୍ୟ ବ୍ୟକ୍ତି ଲିଙ୍ଗରାଜ ପୋଢଙ୍କ ଅକାଳ ବିୟୋଗ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହେଉଥିଲା। ସେ ଚିକିତ୍ସାଧିନ ଅବସ୍ଥାରେ ହୃଦଘାତରେ ମୃତ୍ୟୁବରଣ କରିଥିବା ଜଣାପଡିଛି। ରାକ୍ସି ଆଞ୍ଚଳିକ ଯାଦବ ସମିତିର ଉପସଭାପତି ଏବଂ ରାକ୍ସି ଗ୍ରାମ ପଞ୍ଚାୟତ ଡ୍ରାଇଭର ସଂଘର ସଭାପତି ଭାବେ କାର୍ଯ୍ୟରତ ରହି ସେ ସମସ୍ତଙ୍କ ପ୍ରିୟପାତ୍ର ଥିଲେ। ଜଣେ ଧର୍ମପ୍ରାଣ ଏବଂ ଆମୟିକ ସ୍ବଭାବର ବ୍ୟକ୍ତି ସ୍ବର୍ଗତ ପୋଢଙ୍କ ଦେହାବସାନରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଆଜି ଏକ ଶୋକାକୁଳ ପରିବେଶ ଭିତରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଏଥିରେ ନର୍ଲା ବ୍ଳକ୍ ଯାଦବ ସମିତି ସଭାପତି ଲିଙ୍ଗରାଜ କରୁଆଁ, ଉପସଭାପତି ମାର୍କଣ୍ଡ ଜାଲ, ଯୁବ ନେତୃତ୍ବ ପ୍ରଦ୍ୟୁମ୍ନ ଭୋଇ, ରାକ୍ସି ସରପଞ୍ଚ ଯେମନ୍ତ ପୋଢ, ପୂର୍ବତନ ସରପଞ୍ଚ ବିଜୟ ଧଙ୍ଗଡାମାଝୀ, ଯାଦବ ସମାଜ ଓ ଡ୍ରାଇଭର ସଂଘର କର୍ମକର୍ତ୍ତା ଓ ସଦସ୍ୟବୃନ୍ଦଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ପୁତ୍ର ସୁରେଶ ମୁଖାଗ୍ନି ଦେଇଥିଲେ। ଲିଙ୍ଗରାଜ ପୋଢଙ୍କ ଦେହାନ୍ତରେ ଯାଦବ ମହାସଭା, ଡ୍ରାଇଭର ସଂଘ ସମେତ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି।





