ମିଡିଆ କ୍ଲବ୍ ପକ୍ଷରୁ ଓଡ଼ିଆ ସାମ୍ବାଦିକ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ଆର୍.ଏମ୍.ସି. କନଫରେନ୍ସ ହଲ୍‌ରେ ମିଡିଆ କ୍ଲବ୍ ପକ୍ଷରୁ ଓଡ଼ିଆ ସାମ୍ବାଦିକ ଦିବସ ପାଳିତ ହୋଇଯାଇଛି। ସଂଘର ସଭାପତି ଆଦିତ୍ୟ ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା, ଅସୁବିଧା ଏବଂ ସାମ୍ବାଦିକତାର ବର୍ତ୍ତମାନ ସ୍ଥିତି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ମୁକେଶ୍ ଅଗ୍ରୱାଲ୍ ଯୋଗଦେଇ ସାମ୍ବାଦିକମାନଙ୍କ ସମସ୍ୟାର ସମାଧାନ, ସାମ୍ବାଦିକତାର ନୈତିକତା ଓ ସାମାଜିକ ଦାୟିତ୍ୱ ସମ୍ପର୍କରେ ନିଜର ମତାମତ ବ୍ୟକ୍ତ କରିଥିଲେ। ସେ ସାମ୍ବାଦିକମାନଙ୍କ ଏକତା ଓ ବୃତ୍ତିଗତ ଉନ୍ନତି ପାଇଁ ସମସ୍ତଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।ଏହି ଅବସରରେ ସଂଘର ସମ୍ପାଦକ ବିନୟ ଭୂଷଣ ଦଣ୍ଡସେନା, ଉପସଭାପତି ପୂର୍ଣ୍ଣ ପାଣିଗ୍ରାହୀ, ସହ-ସମ୍ପାଦକ ବାଲେଶ୍ୱର ସୁନାନୀ, କୋଷାଧ୍ୟକ୍ଷ ସ୍ବାସ୍ତିଦୀପ ଆଦିତ୍ୟଙ୍କ ସମେତ ଜିତେନ୍ଦ୍ର ମେହେର, ଲାବଣ୍ୟ ନାଏକ, ସପ୍ତସ୍ୱର ପାଢ଼ୀ, ସୁରେଶ ବାଗ, ଦୁଲେନ୍ଦ୍ର ମେହେର ଏବଂ କାଳିଆ କନ୍ଦପାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଶେଷରେ ସାମ୍ବାଦିକ ସମାଜର କଲ୍ୟାଣ ଏବଂ ସଂଗଠନର ସୁଦୃଢ଼ୀକରଣ ନେଇ ସର୍ବସମ୍ମତିକ୍ରମେ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.