ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: କଳାହାଣ୍ଡି ପତଞ୍ଜଳି ଯୋଗ ସମିତି ପକ୍ଷରୁ ସ୍ଥାନୀୟ ଶିରିଡ଼ି ସାଇ ମନ୍ଦିର ପରିସରରେ ଜଡିବୁଟି ଦିବସ ତଥା ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଜନ୍ମ ଦିବସ ପାଳନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା। ଆୟୁର୍ବେଦ ଓ ଔଷଧୀୟ ବୃକ୍ଷର ଉପାଦେୟତା ଉପରେ ବକ୍ତାମାନେ ମତ ରଖିଥିଲେ। କାର୍ଯ୍ୟକ୍ରମରେ ପ୍ରଥମେ ଯୋଗାଭ୍ୟାସ କରାଯାଇଥିଲା ଓ ପରେ ପରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।କଳାହାଣ୍ଡି ଭାରତ ସ୍ୱାଭିମାନ ଟ୍ରଷ୍ଟ ପ୍ରଭାରୀ ଅଶୋକ କୁମାର ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଏହା ଆୟୋଜିତ ହୋଇଥିଲା। କଳାହାଣ୍ଡି ପତଞ୍ଜଳୀ ଯୋଗ ସମିତି ପ୍ରଭାରୀ ଡାକ୍ତର ନିହାରେନ୍ଦ୍ର ପଣ୍ଡା, ମୁଖ୍ୟ ପୃଷ୍ଠପୋଷକ ଶିଶିର ପାଟ୍ଟଯୋଷୀ, ଜିଲ୍ଲା ମହାମନ୍ତ୍ରୀ ଗଜେନ୍ଦ୍ର ପାଢ଼ୀ, କିଷାନ୍ ମୋର୍ଚ୍ଚା ପ୍ରଭାରୀ ନାରାୟଣ ମୁଣ୍ଡ, ଜିଲ୍ଲା ସାଂଗଠନିକ ସମ୍ପାଦକ ଦଧିଚନ୍ଦ୍ର ସାହୁ, ସ୍ୱାଭିମାନ ଟ୍ରଷ୍ଟ ସହ ପ୍ରଭାରୀ ଶୁଭ୍ରାଂଶୁ ଶେଖର ସାହୁ, କୋଷାଧ୍ୟକ୍ଷ ରମାକାନ୍ତ ପାଢ଼ୀ, ପତଞ୍ଜଳୀ ଯୋଗ ସମିତି ସହ ପ୍ରଭାରୀ ହେମନ୍ତ କୁମାର ମିଶ୍ର ତଥା ଅନ୍ୟାନ୍ୟ ଯୋଗୀ ଭାଇ ଭଉଣୀ ଉପସ୍ଥିତ ଥିଲେ। ପରିଶେଷରେ ଉପସ୍ଥିତ ସମସ୍ତଙ୍କୁ ସ୍ୱାଭିମାନ ଟ୍ରଷ୍ଟ ସହ ପ୍ରଭାରୀ ଶୁଭ୍ରାଂଶୁ ଶେଖର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।






