ସମାଜବାଦୀ ପାର୍ଟି ପକ୍ଷରୁ ପାଳିତ ହେଲା ଛୋଟ ଲୋହିଆ ଜଳେଶ୍ୱର ମିଶ୍ରଙ୍କ ଜନ୍ମ ଦିବସ  

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଆଜି ସମାଜବାଦୀ ପାର୍ଟି ଓଡ଼ିଶା ପ୍ରଦେଶ କମିଟି ତରଫରୁ ମହାନ ସମାଜବାଦୀ ନେତା ତଥା ଛୋଟ ଲୋହିଆ ଜଳେଶ୍ୱର ମିଶ୍ରଙ୍କ ଜନ୍ମ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଦଳୀୟ କର୍ମକର୍ତ୍ତାମାନେ ଏକତ୍ରିତ ହୋଇ ସ୍ୱର୍ଗତ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ଶିବ ହାତୀ ଯାଦବ ସ୍ୱର୍ଗତ ଜଳେଶ୍ୱର ମିଶ୍ରଙ୍କ ପଟ୍ଟଚିତ୍ର ରେ ପୁଷ୍ପଗୁଚ୍ଛ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ତାଙ୍କ ସହିତ ରାଜ୍ୟ ମହାସଚିବ ପ୍ରତାପ କିଶୋର ବାରିକ ପ୍ରମୁଖ ଯୋଗଦେଇ ଦଳ ପାଇଁ ଜଳେଶ୍ୱର ବାବୁଙ୍କ ଅବଦାନକୁ ସ୍ମରଣ କରିଥିଲେ। ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲା ସଭାପତି ହୁଲାସ ବାରିକ, ସନ୍ତୋଷ ବାଗ ଏବଂ ବରିଷ୍ଠ ସମାଜବାଦୀ ନେତା ଗୁରୁବାରୀ ନାୟକ, ଡମ୍ବରୁଧର ଖର୍ସେଲ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ମିଶ୍ରଙ୍କ ଆଦର୍ଶ ଓ ସମାଜସେବା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ବକ୍ତାମାନେ କହିଥିଲେ ଯେ, ଜଳେଶ୍ୱର ମିଶ୍ରଙ୍କ ଜୀବନଦର୍ଶନ ଓ ସମାଜବାଦୀ ଚିନ୍ତାଧାରା ଆଜିର ଯୁବପିଢ଼ିଙ୍କ ପାଇଁ ଏକ ବଡ଼ ପ୍ରେରଣା ଅଟେ। ତାଙ୍କ ଦ୍ୱାରା ଦେଖାଯାଇଥିବା ମାର୍ଗରେ ଚାଲି ଦଳକୁ ଆଗକୁ ନେବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.