ଧର୍ମଗଡ ସ୍ନାତକ ମହିଳା ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଧର୍ମଗଡ ସ୍ନାତକ ମହିଳା ମହାବିଦ୍ୟାଲୟରେ ଆତ୍ମ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଅଧ୍ୟାକ୍ଷା ମୂର୍ତ୍ତି ମଞ୍ଜୁରୀ ପଣ୍ଡାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ରୂପେ ଚନ୍ଦ୍ର ଶେଖର ମାଝୀ, ଧର୍ମଗଡ ଫାୟାର ଅଫିସର, ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ ରୁଷି ବରିହା ଏବଂ ଅଧ୍ୟାପିକା ଶ୍ରୀମତୀ ଜୟନ୍ତୀ ମୁଦୁଲୀ, ଏହି କାର୍ଯ୍ୟକ୍ରମ ରେ କୋଡ଼ିନେତର ଭାବେ କୁମାରୀ ଅର୍ଚ୍ଚନା ଗୁଛି ଉପସ୍ଥିତ ଥିଲେ। ଆମେ ସମସ୍ତେ ଆତ୍ମ ସୁରକ୍ଷା ଦକ୍ଷତା ଶିଖି ପାରିଲେ ନାରୀ ମାନେ ସମାଜରେ ସୁରକ୍ଷିତ ହେଇ ପାରିବେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ସରୋଜ କୁମାର ମେହେର, ଅଧ୍ୟାପିକା ସୁଜାତା ମହାନ୍ତି, ପଦ୍ମାଳୟା ଦଣ୍ଡସେନା, ଝରଣା ପ୍ରଧନୀ, ସନ୍ଧ୍ୟା ବାରିକ, କୁମୁଦିନୀ ନାଏକ, ଲୁସି ଗଉଡ଼, ରୋଜାଲିନ ଚିନାରା ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ସେଲ୍ଫ ଡିଫେନ୍ସ ର ଟ୍ରେନର ଜଳି ପରାଭୁଏ ଏବଂ ଏଥିରେ ମହାବିଦ୍ୟାଳୟ ର ଶତାଧିକ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଶେଷରେ ଓଡିଆ ଅଧ୍ୟାପକ ଶ୍ରୀ ଜୟଦ୍ରଥ ସୁନା ଧନ୍ୟବାଦ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.