ଜାତୀୟ ସ୍ବଚ୍ଛତା ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ଅବସରପ୍ରାପ୍ତ ସୈନିକବଳଙ୍କ ସ୍ବାସ୍ଥ୍ୟ ଯୋଜନା କାର୍ଯ୍ୟାଳୟ ଇସିଏଚଏସ ପଲିକ୍ଲିନିକରେ ରବିବାର ସ୍ବଚ୍ଛତା ଦିବସ ପାଳିତ ହୋଇଯାଇଛି। କମାନ ଅଧିକାରୀ କର୍ଣ୍ଣେଲ୍ ବିଶ୍ବଜିତ ଦାସ (ଅବସର ପ୍ରାପ୍ତ)ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମେଡ଼ିକାଲ ଅଫିସର କେପ୍ଟେନ ରବିନାରାୟଣ ସେନାପତି (ଅବସର ପ୍ରାପ୍ତ), ଡାଃ ଈଶା ଇପସିତା, ସୁବେଦାର ବି ମଧୂସୁଦନ (ଅବସର ପ୍ରାପ୍ତ), ହାବିଲଦାର ଜି ବଳରାମ (ଅବସର ପ୍ରାପ୍ତ), ସିପାହୀ ଗଜୀନ୍ଦ୍ର ଡାକୁଆ, ଏଲିନା ବାରିକ, ଭବାନୀ ତାଣ୍ଡି, ତାହିର ମୋହମ୍ମଦ ଏବଂ ଆଲୋକ ଦାଶ ନିଜ କାର୍ଯ୍ୟାଳୟ ପରିସରରେ ଉତ୍ସାହର ସହ ସ୍ବଚ୍ଛତା ଦିବସ ପାଳନ କରି ଶ୍ରମଦାନ ଓ ସଫେଇ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.