ମହାତ୍ମା ସୃଜନାୟନ ସାହିତ୍ୟ ପର୍ବ ପାଳିତ

ଓଡ଼ିଆ ବାର୍ତ୍ତା/ କଟକ : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ବୀରେନ ମିତ୍ର ମହିଳା ମହାବିଦ୍ୟାଳୟରେ ମହାତ୍ମା ସୃଜନାୟନ ସାହିତ୍ୟ ପର୍ବ ପାଳିତ ହୋଇ ଯାଇଛି । ଉକ୍ତ ଅବସରରେ ଶିଶୁ ବିଶେଷଜ୍ଞ ଡାକ୍ତର ପ୍ରାକ୍ତନ ପ୍ରଫେସର ନିରଞ୍ଜନ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ପ୍ରଶାସନିକ ସଂସ୍କାର ହୋଇ ପାରିବ ବୋଲି ଅଭିବ୍ୟକ୍ତି ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ପ୍ରଧ୍ୟାପିକା ଝାନ୍ଶି ମିଶ୍ର ମହାତ୍ମା ବିଶ୍ଵର ଶ୍ରେଷ୍ଠ ସାମାଜିକ ସଂସ୍କାରକ ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ପଣ୍ଡିତ ନୀଳକଣ୍ଠ ରାଉତ ପୌରହିତ୍ୟ କରିଥିଲେ । ବିଶିଷ୍ଟ ଏବଂ ସମ୍ମାନିତ ଅତିଥି ଭାବେ ଡ଼. ଆଦିତ୍ୟ ପ୍ରତାପ ଧଳ, ସମ୍ପାଦକ ଉତ୍କଳ ସାହିତ୍ୟ ସମାଜ, ପ୍ରାବନ୍ଧିକା ମୀରା ବେଉରା, କବୟିତ୍ରୀ ସୁଚେଟା ନନ୍ଦ, ବରିଷ୍ଠ ସ୍ତମ୍ଭକାର ଲଳିତେନ୍ଦୁ ପଲାଉରି , ଚିତ୍ତରଞ୍ଜନ ପରିଡ଼ା , ପାଙ୍କଜିନି ପରିଡ଼ା ଯୋଗଦେଇ ଛାତ୍ର ସମାଜ ପାଇଁ ମହାତ୍ମା ଗାନ୍ଧୀଙ୍କ ମାର୍ଗଦର୍ଶନକୁ ପୁଙ୍ଖାନୁପୁଙ୍ଖ ଭାବେ ଆଲୋକପାତ କରିଥିଲେ । ସୁ ସାହିତ୍ୟିକା ସୁରଭି ଦ୍ବିବେଦୀ ମଞ୍ଚ ପରିଚାଳନା କରିଥିଲେ । ଶ୍ରୀ ମା ସରସ୍ଵତୀ ଶିଶୁ ମନ୍ଦିର ଛାତ୍ରଛାତ୍ରୀ ମାନେ ସାମାଜିକ ପରିବର୍ତ୍ତନରେ ମହାପୁରୁଷଙ୍କ ଭୂମିକା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । କବି କବୟିତ୍ରୀ ମାନେ ମହାତ୍ମାଙ୍କ ସମ୍ପର୍କିତ କବିତା ପାଠ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ ଡ . ସଂଗ୍ରାମ କେଶରୀ ସାମନ୍ତରାୟ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଶହେରୁ ଉର୍ଦ୍ଧ ଛାତ୍ରଛାତ୍ରୀ ମାନଙ୍କୁ ମହାତ୍ମା ଜ୍ୟୋତି ପ୍ରତିଭା ପୁରସ୍କାର ଏବଂ ପଚାଶରୁ ଉର୍ଦ୍ଧ୍ବ ସାରସ୍ବତ ସ୍ରଷ୍ଟା ମାନଙ୍କୁ ମହାତ୍ମା ଜ୍ୟୋତି ସାରସ୍ବତ ସମ୍ମାନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଅଙ୍କିତ ଚିତ୍ର ପ୍ରଦର୍ଶିତ କରାଯାଇଥିଲା । ସତୁରୀ ରୁ ଅଧିକ ଛାତ୍ରଛାତ୍ରୀ ଏହି ଚିତ୍ରକଳା ପ୍ରଦର୍ଶନୀ ରେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ସସ୍ମିତା ପଟ୍ଟନାୟକ, ଇତିଶ୍ରୀ ପତି, ଜନ ରଞ୍ଜନ ପ୍ରଧାନ, ନମିତା ମହାନ୍ତି, ଝୁମୁରି ସାହୁ, ଲୋକନାଥ ସେଠୀ ଏବଂ ରଜତ କୁମାର ବାରିକ ଶେଷ ପର୍ଯ୍ୟନ୍ତ ରହି ସାହାଯ୍ୟ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.