ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ର ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଦେଢ଼ଶୁଳୀର ରୁବେଟ ଗ୍ରାମର ଜଣେ ଭିନ୍ନକ୍ଷମଙ୍କୁ ଏଯାଏଁ ମିଳି ପାରିନି ଭତ୍ତା । ସୂଚନା ମୁତାବକ ଏହି ଗ୍ରାମର ଗାତ୍ର ମାଝୀ ଓ ଗସ କାଲି ମାଝୀଙ୍କ ଝିଅ ଚୁମକି ମାଝୀ (୧୭) ଜନ୍ମରୁ ବାକ୍ ଓ ଶ୍ରୁତି ବାଧିତ ହେଇଥିବା ବେଳେ ଭିନ୍ନ କ୍ଷମ ପ୍ରମାଣ ପତ୍ରଟିଏ ବି ହେଇ ପାରିନି । ତେଣୁ ବିଭାଗୀୟ କର୍ମଚାରୀ ତାଙ୍କୁ ସହଯୋଗ ପ୍ରଦାନ ପୂର୍ବକ ଭତ୍ତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।