ନର୍ଲାରେ ସୌର୍ଯ୍ୟ ଜାଗରଣ ରଥକୁ ଭବ୍ୟ ସ୍ୱାଗତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଅଯୋଧ୍ୟା ଶ୍ରୀରାମ ମନ୍ଦିର ନିର୍ମାଣ ନିମନ୍ତେ ହିନ୍ଦୁ ମାନଙ୍କୁ ଏକତ୍ରୀକରଣ, ଜନ ସଚେତନତା ସୃଷ୍ଟି ଓ ମନ୍ଦିର ନିର୍ମାଣରେ ଜନ ସାଧରଣଙ୍କ ସାହାଯ୍ୟ ସହଯୋଗ ନିମନ୍ତେ ଦେଶ ସାରା ପରିକ୍ରମା କରୁଛି ସୌର୍ଯ୍ୟ ଜାଗରଣ ରଥ । ଓଡିଶାର ବିଭିନ୍ନ ସ୍ଥାନରେ ଜନ ସମୂହ ତରଫରୁ ଏହି ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଉଥିବା ବେଳେ ବିଶ୍ବହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କାର୍ଯ୍ୟକାର୍ତ୍ତା ମାନେ ଏହାର ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହନ କରୁଛନ୍ତି । ଏହି କ୍ରମରେ ପଶ୍ଚିମ ପ୍ରାନ୍ତ ପରିକ୍ରମା କରୁଥିବା ସୌର୍ଯ୍ୟ ରଥ କଳାହାଣ୍ଡି ଜିଲ୍ଲା ପରିକ୍ରମା ପରିପ୍ରେକ୍ଷୀରେ ଗୁରୁବାର କଳାହାଣ୍ଡି ଜିଲ୍ଲା ନର୍ଲାରେ ଆସି ପହଂଚି ଥିଲା । ବିଶ୍ବହିନ୍ଦୁ ପରିଷଦ ନର୍ଲାର ସଭାପତି ଗଗନ ବିହାରୀ ସାଙ୍କ ନେତୃତ୍ୱରେ ଏହି ସୌର୍ଯ୍ୟ ରଥକୁ ନର୍ଲାରେ ଭବ୍ୟ ସ୍ୱାଗତ କରାଯାଇଥିଲା । ନର୍ଲାର ମହିଳା ମାନେ କଳସ ସ୍ଥାପନା କରି ଧୂପ, ଦୀପ ଦେଇ ରଥକୁ ବନ୍ଦାପନା ପୂଜାର୍ଚ୍ଚନା କରି ସ୍ୱଗାତ କରିଥିଲେ । ଏହାପରେ ନର୍ଲା ଶିବ ମନ୍ଦିର ପରିସରରେ ଏକ ବୌଦ୍ଧିକ ସଭା ଅନୁଷ୍ଠିତ ହୋଇଥିଲା । ବିଶ୍ବହିନ୍ଦୁ ପରିଷଦ ଜିଲ୍ଲା ସଭାପତି ଶାନ୍ତନୁ କୁମାର ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୌଦ୍ଧିକ ସଭାରେ ବିଶ୍ବହିନ୍ଦୁ ପରିଷଦର ଅଖିଳ ଭାରତୀୟ କାର୍ଯ୍ୟକାର୍ତ୍ତା ସୁନୀଲ କୁମାର ମୁଖାର୍ଜୀ ଓ ବରିଷ୍ଠ ସଦସ୍ୟ ଜନାର୍ଦ୍ଦନ ପଣ୍ଡା ହିନ୍ଦୁତ୍ୱ ଏକତା ଓ ଅଯୋଧ୍ୟା ଶ୍ରୀରାମ ମନ୍ଦିର ବିଷୟରେ ମାର୍ଗଦର୍ଶନ ଦେଇଥିଲେ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମଣ୍ଡଳ କାର୍ଯ୍ୟବାହ ଅଜୟ କୁମାର ନାଏକ, ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀ ପ୍ରସାଦ ମିଶ୍ର, ବରିଷ୍ଠ ସଦସ୍ୟ ମନ୍ମୟ ଚାନ୍ଦ(ଜିତୁ), ପ୍ରଦୀପ ନାଏକ, ଵିଷ୍ଣୁ ବଡ଼ପଣ୍ଡା, ନର୍ଲା ବଜରଙ୍ଗ ଦଳ ପ୍ରମୁଖ ଟୁକୁଲାଲ ସାହୁ, ସରସ୍ୱତୀ ଶିଶୁ ମନ୍ଦିର ନର୍ଲାର ପ୍ରଧାନ ଆଚାର୍ଯ୍ୟ ବୁଦ୍ଧ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ । ଶେଷରେ ନର୍ଲା ବିଶ୍ୱ ହିନ୍ଦୁ ପରିଷଦ ସଭାପତି ଶ୍ରୀ ସା ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.