ଜୁନାଗଡ଼ରେ ଦେବୀ ଲଙ୍କେଶ୍ଵରୀଙ୍କ ଖଣ୍ଡାବସା ଯାତ୍ରା; ଆଜି ଆୟୋଜିତ ହୋଇଛି ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ର ଅଧିଷ୍ଟାତ୍ରୀ ମା’ ଲଙ୍କେଶ୍ବରୀଙ୍କ ପବିତ୍ର ଖଣ୍ଡାବସା ପର୍ବ ଆଜି ପାଳିତ ହେଉଛି । ଏହି ଅବସରରେ ଖଣ୍ଡାବସା କମିଟି ଦ୍ବାରା ବିଭିନ୍ନ ପ୍ରକାର ପ୍ରତିଯୋଗିତା ସହ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି । ଖଣ୍ଡାବସା ଉପଲକ୍ଷେ ମନ୍ଦିର ପରିସରରେ ଆଜି ଶୁକ୍ରବାର ପୂର୍ବାହ୍ନରେ ମହିଳାମାନଙ୍କ ମଧ୍ୟରେ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହେବ । ସେହିପରି ସନ୍ଧ୍ୟାରେ ମାଙ୍କ ପୀଠ ନିକଟରେ ଘୁମୁରା ପ୍ରତିଯୋଗିତା ସହ ଛତିଶଗଡ଼ର ନାଟକ ଅନୁଷ୍ଠିତ ହେବ । ଜୁନାଗଡ଼ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ସ୍ଥାନୀୟ କଳାକାରମାନଙ୍କ ଦ୍ବାରା ନାଟକ ଚକାନୟନ ପରିବେଷଣ କରାଯିବ, କିଛି ଦିନ ତଳେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ପରିବେଷଣ ହୋଇ ରାଜ୍ୟରେ ଚହଳ ସୃଷ୍ଟି କରିଥିଲା ଏହି ନାଟକ । ଏହା ସହ ସ୍ଥାନୀୟ ହାଇସ୍କୁଲ ଖେଳ ପଡ଼ିଆରେ ଚାଲିଥିବା ମା ଲଙ୍କେଶ୍ଵରୀ କପ୍ ଫୁଟବଲ୍ ଟୁନାମେଣ୍ଟ ର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ସୂତ୍ରରୁ ପ୍ରକାଶ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.