୬୯ତମ ବନ୍ୟ ପ୍ରାଣୀ ମହୋତ୍ସବ ଚିତ୍ରାଙ୍କନ ପ୍ରତିଯୋଗିତା: ରାଜ୍ୟସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କଲେ ବିଦ୍ୟାସ୍ମିତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ଉତ୍ତର ବନ ଖଣ୍ଡ ଅଧିନସ୍ଥ ମ.ରାମପୁର ରେଞ୍ଜର ଜଣେ ଛାତ୍ରୀ ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କନିଷ୍ଠ ବିଭାଗରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ଗତ ଅଗଷ୍ଟ ମାସ ଦଶ ତାରିଖରେ ଆୟୋଜିତ ଏହି ପ୍ରତିଯୋଗିତାର ଫଳାଫଳ ପ୍ରକାଶ ହେବା ସହିତ ଜୟଦେବ ଭବନ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟ ସ୍ତରୀୟ ଉତ୍ସବରେ ମଦନପୁର ଆଦର୍ଶ ବିଦ୍ୟାଳୟର ସପ୍ତମ ଛାତ୍ରୀ ବିଦ୍ୟାସ୍ମିତା ସାହୁ ଯୋଗ ଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ପି ସି ସି ଏଫ ଦେବିଦତ୍ତ ବିଶ୍ୱାଳଙ୍କ ହସ୍ତରୁ ପୁରସ୍କାର ଗ୍ରହଣ କରିଥିଲେ । ବିଦ୍ୟାସ୍ମିତା ମ.ରାମପୁର କଲେଜ ପଡା ବାସିନ୍ଦା ଶିକ୍ଷକ ପ୍ରମୋଦ ସାହୁ ଓ ଶିକ୍ଷୟିତ୍ରୀ ପ୍ରବୀଣା ସାହୁଙ୍କ ଝିଅ ଅଟନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଉତ୍ତର ବନ ଖଣ୍ଡ ଅଧିନସ୍ଥ ମ.ରାମପୁର ରେଞ୍ଜ ସ୍ତରରେ ୬୯ତମ ବନ୍ୟ ପ୍ରାଣୀ ମହୋତ୍ସବ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା ରେଞ୍ଜ ଅଧିକାରୀ ଅସିତ୍ କୁମାର ଦାଶଙ୍କ ତତ୍ତ୍ଵାବଧାନରେ ବିଭିନ୍ନ ବିଦ୍ୟାଳୟରେ କନିଷ୍ଠ ବିଭାଗର ବାନାଗ୍ନି ଓ ବନ୍ୟ ପ୍ରାଣୀ ଏବଂ ବରିଷ୍ଠ ବିଭାଗର ଆମ ସଂସ୍କୃତିରେ ବନ୍ୟ ପ୍ରାଣୀ ବିଷୟରେ ପ୍ରତିଯୋଗୀତା ହେଇଥିଲା । ଛାତ୍ରୀ ବିଦ୍ୟାସ୍ମିତାଙ୍କ ଏହି ସଫଳତା ପାଇଁ ରେଞ୍ଜ ଅଧିକାରୀ ଶ୍ରୀ ଦାଶଙ୍କ ସମେତ ଡେପୁଟି ରେଞ୍ଜର ଝୁନୁବାଳା ଦେଇ, ମ.ରାମପୁର ବନପାଳ ଦୀପକ୍ ସା, ରତ୍ନାକର ଧରୁଆ, ଯଶୋବନ୍ତ ପାତ୍ର, ବନ ରକ୍ଷୀ ବାଳକୃଷ୍ଣ ଜାଲ୍, ରାଜଲକ୍ଷ୍ମୀ ପ୍ରଧାନ, ମଧୁସ୍ମିତା ଭୋଇ, ସତ୍ୟମ୍ ଧରୁଆ, ବନବାସ ଶବର, ଗୋପୀନାଥ ନାଏକ ପ୍ରମୁଖ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.