ବୁଡ଼ାଗୁଡ଼ା ଉଚ୍ଚ ବିଦ୍ୟାଳୟର ନୂତନ ସ୍କୁଲ ପରିଚାଳନା କମିଟି ଗଠନ

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତ ସଦରରେ ଥିବା ଉଚ୍ଚ ବିଦ୍ୟାଳୟ ଠାରେ ନୂତନ ସ୍କୁଲ ପରିଚାଳନା କମିଟି ଗଠିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁରେଶ କୁମାର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକ ରେ ବିଦ୍ୟାଳୟର ସମସ୍ତ ଅଭିଭାବକ ମାନେ ଉପସ୍ଥିତ ରହିଥିଲେ। ସମସ୍ତ ଅଭିଭାବକ ଙ୍କ ମଧ୍ୟରୁ ପ୍ରଥମେ ୧୩ ଜଣିଆ ପରିଚାଳନା କମିଟି ଓ ଉପସ୍ଥିତ ସମସ୍ତ ଅଭିଭାବକଙ୍କ ସହମତି କ୍ରମେ ଅଧ୍ୟକ୍ଷ ଭାବେ ସନ୍ତୋଷ କୁମାର ବଛା ଓ ଉପାଧ୍ୟକ୍ଷା ଭାବେ ଶ୍ରୀମତୀ ସାୟା ପେରିସିକାଙ୍କୁ ଚୟନ କରାଯାଇଥିବା ବେଳେ ମେମ୍ବର ଭାବେ ଜାନକୀ ପିଡ଼ିଶିକା, ଆରତୀ ନାଏକ, ରେବତୀ ହିଆଲ୍, ଚମ୍ପି ସାରାକା, ଯମୁନା ମାଝୀ, ମମତା କୁରିଆ, ଖଗେଶ୍ୱର କୁରିଆ, ପଦ୍ମନ୍ ଭତ୍ରା, ସଦନ ମାଝୀ, ଈଶ୍ୱର କାଡ୍ରାକା, ରାମାରାଓ କୁଲିସିକା ଚୟନ ହୋଇଥଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୁର୍ବତନ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ବାବୁରାଓ ନିଶିକା, ବରିଷ୍ଠଶିକ୍ଷକ ସତ୍ୟବର ପ୍ରସାଦ ପଟ୍ଟନାୟକ, ଶିକ୍ଷକ ଜଗଦୀଶ ସ୍ୱାଇଁ, ଅମରେଶ ଷେଣ୍ଢ, ପ୍ରଦୀପ କୁମାର ଜେନା, ଭରତ କଦମସେଠ ଶିକ୍ଷୟିତ୍ରୀ ଗାୟତ୍ରୀ ବେହେରା, ସସ୍ମିତା ତାଡ଼, ବର୍ଷା ପ୍ରିୟଦର୍ଶନୀ ଓ ବିଦ୍ୟାଳୟର ବିଭିନ୍ନ ଗ୍ରାମରୁ ଆସିଥିବା ଅଭିଭାବକ ଉପସ୍ଥିତ ରହିଥିଲେ। ଏଥିରେ ନୂତନ ଭାବେ ବିଦ୍ୟାଳୟ ପରିଚାଳନା କମିଟି ଗଠନ ସହ ଉପ କମିଟି ଗଠନ, ବିଦ୍ୟାଳୟ ପରିବେଶ ଉନ୍ନତି କରଣ ଓ ଛାତ୍ର ଛାତ୍ରୀଙ୍କ ଉନ୍ନତି ଓ ସୁରକ୍ଷା ନିମନ୍ତେ ପଦକ୍ଷେପ ବାବଦରେ ଆଲୋଚନା ହୋଇଥଲା। ଉକ୍ତ ବୈଠକକୁ ବିଦ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଧ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.