ଲାଞ୍ଜିଗଡର ଗୁଣ୍ଡିଚାଯାତ୍ରା ଓ ବାହୁଡା଼ ଯାତ୍ରା ପାଇଁ ଶାନ୍ତି କମିଟିର ପ୍ରସ୍ତୁତି ବୈଠକ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ଥାନା ପରିସରରେ ତହସିଲଦାର ବନମାଳୀ ମେହେରଙ୍କ ଅଧ୍ୟକ୍ଷତାରେ ଗୁଣ୍ଡିଚାଯାତ୍ରା ଓ ବାହୁଡା଼ ଯାତ୍ରା ସୁରୁଖୁରୁ ଭାବେ ସମାପନ କରିବା ପାଇଁ ଶାନ୍ତି କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ପ୍ରଶାସନ ପକ୍ଷରୁ ତହସିଲଦାର ଶ୍ରୀ ମେହେର, ଲାଞ୍ଜିଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ଦାଇତ୍ୱରେ ଥିବା ଶ୍ରୀ ଶ୍ରୀ ଶ୍ରୀ ହରିହର ସାଂସ୍କୃତିକ ସେବା ସମିତି କର୍ମକର୍ତ୍ତା ଓ ପୋଲିସ ବିଭାଗ ପକ୍ଷରୁ ଆସନ୍ତା ୧୬ ତାରିଖରେ ହେବାକୁ ଥିବା ଶ୍ରୀ ଗୁଣ୍ଡିଚାଯାତ୍ରା ଓ ୨୪ ତାରିଖରେ ଥିବା ବାହୁଡା଼ ଯାତ୍ରାକୁ ନେଇ ଶାନ୍ତି ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଲାଞ୍ଜିଗଡ ଏକ ଶିଳ୍ପାଞ୍ଚଳ ଯୋଗୁଁ ଦେଶର ବିଭିନ୍ନ ରାଜ୍ୟରୁ ଆସୁଥିବା ହଜାର ହଜାର ଭକ୍ତଙ୍କ ଭିଡ଼ ଏଠାରେ ଦେଖିବାକୁ ମିଳିଥାଏ। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ପାଇଁ ଲାଞ୍ଜିଗଡ଼ ପୋଲିସ ପକ୍ଷରୁ ଫୋର୍ସ ମୁତୟନ, ଲାଞ୍ଜିଗଡ଼ ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ସହିତ ଲାଞ୍ଜିଗଡ଼ ଯୁବକ ସଂଘ ତଥା ଲାଞ୍ଜିଗଡ଼ ଓ ଆଖପାଖ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନର ଦୁଇ ଶହ ସ୍ବେଚ୍ଛାସେବୀ ବିଭିନ୍ନ ସେବା କାର୍ଯ୍ୟ ପାଇଁ ନିୟୋଜିତ ହେବେବୋଲି ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ଗାଡି ପାରକିଂଙ୍ଗ ବ୍ୟବସ୍ଥା, ରାସ୍ତା ଦୁଇ ପାର୍ଶ୍ଵରେ ଥିବା ଉଠା ଦୁକାନିଙ୍କୁ ସ୍ଥାନାନ୍ତରିତ ଓ ଯାତ୍ରା ଦିନ ମଦ ଦୋକାନ ବନ୍ଦ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆଜିର ଏହି ବୈଠକରେ ଲାଞ୍ଜିଗଡ଼ ତହସିଲଦାର ଶ୍ରୀ ମେହେର, କେସିଙ୍ଗା ଉପଖଣ୍ଡ ପୋଲିସ ଅଧିକାରୀ ସନ୍ଦୀପ କୁମାର ମାଝୀ, ଲାଞ୍ଜିଗଡ ଥାନାଧିକାରୀ ଯଶୋବନ୍ତ ହିଆଲ, ହରିହର ସାଂସ୍କୃତିକ ସେବା ସମିତି ସଭାପତି ରାଜେନ୍ଦ୍ର ପ୍ରତାପ ସିଂଦେଓ, ସମ୍ପାଦକ କାମରାଜ ଦଳବେହେରା, କୋଷାଧ୍ୟକ୍ଷ ଚନ୍ଦ୍ରଧ୍ଵଜ ପେଶନିଆ, ସଦସ୍ୟ ଶ୍ରୀମୁଖ ଅଗସ୍ତି, ଏ ଏସ ଆଇ ବଳଭଦ୍ର ଗଉଡ଼, ଏଏସ ଆଇ ସ୍ପର୍ଶଲତା ଗମାଙ୍ଗୋ, ଏ ଏସ ଆଇ ମୋହନ ପରଜା, ସାମ୍ବାଦିକ ଏମ ଚନ୍ଦ୍ରଶେଖର, ସାମ୍ବାଦିକ କ୍ଷମାନିଧି ମହାଖୁଡ଼ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.