ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ଜୟ ପ୍ରକାଶ ସାନ୍ଧ୍ୟ ଡ଼ିଗ୍ରୀ ମହାବିଦ୍ୟାଳୟରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି କଳାହାଣ୍ଡି ପକ୍ଷରୁ କୋଭିଡ ପରବର୍ତ୍ତୀ ସ୍ଥିତି ପରିଚାଳନା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଛବିଲାଲ ସାହୁଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି କଳାହାଣ୍ଡି ପକ୍ଷରୁ ଅନାୟତ ମହମ୍ମଦ ଓ ବର୍ଷା ପ୍ରଧାନ ଉପସ୍ଥିତ ଏନଏସଏସ ସ୍ବେଚ୍ଛାସେବୀ ଓ ଛାତ୍ରଛାତ୍ରୀମାନଙ୍କୁ ମାନସିକ ସ୍ଥିତି ପରିଚାଳନାର ଉପାୟ ଉପରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ଏହି କର୍ମଶାଳାରେ ଅଧ୍ୟାପକ ଶୁଭେନ୍ଦୁ କୁମାର ପାଢ଼ୀ, ପରମେଶ୍ବର ମୁଣ୍ଡ ଓ ଶୁଶାନ୍ତ କୁମାର ଦାଶ ଯୋଗଦେଇଥିବା ବେଳେ ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।